ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ମା ବରାଳ ଦେବି ମନ୍ଦିର ନିକଟସ୍ଥ ବଲସକୁମ୍ପା ପଞ୍ଚାୟତରେ ଥିବା ବାରୀକୁମ୍ପା ଠାରେ ପାଳିତ ହେଇଯାଇଛି ଦୋଳ ଯାତ୍ରାର ହୋଲି ପର୍ବ l ଏହି ହୋଲି ପର୍ବଟି ୨୦୨୦ ରୁ ଦୁଇ ବର୍ଷ ହେଲା କରୋନା ମହା ମାରି ପାଇଁ ବନ୍ଦ ହେଇଥିଲା l କଟକଣା ନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ ଅତ୍ୟନ୍ତ ଉତ୍ସାହ ସହକାରେ ହୋଲି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି l ଏହି ଅବସରରେ ପୌରାଣିକ ନାଟକ ମଧ୍ୟ ମଞ୍ଚସ୍ଥ ହେଇଥିଲା, ଦୁଇ ବର୍ଷ ହେଲା ଦୋଳ ଯାତ୍ରା ବନ୍ଦ ହେଇଥିବା ଯୋଗୁଁ ଏଥର ଏହି ଯାତ୍ରାରେ ଦର୍ଶକଙ୍କ ଭିଡ଼ ଜମିଥିଲା ଓ ଅତି ଆନନ୍ଦରେ ଦର୍ଶକ ପୌରାଣିକ ନାଟକ ଟିକୁ ଉପଭୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.