ବିଦେଶୀମାନେ ‘ପପ୍ପୁ’ଙ୍କୁ ଜାଣନ୍ତି ନାହିଁ; ଜାତୀୟ ଏକତା ପାଇଁ ସେ ବିପଜ୍ଜନକ: କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ

ନୂଆଦିଲ୍ଲୀ: ରାହୁଲ୍‌ ଗାନ୍ଧୀଙ୍କର କେମ୍ବ୍ରିଜ୍‌ ଭାଷଣର ଭିଡିଓ ସେୟାର୍‌ କରି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ବୁଧବାର ଦିନ କହିଛନ୍ତି, ଭାରତର ଏକତା ପ୍ରତି ରାହୁଲ୍‌ ଅତ୍ୟନ୍ତ ବିପଜ୍ଜନକ ହୋଇଗଲେଣି ଏବଂ ସେ ଭାରତକୁ ଭାଗ ଭାଗ କରିବା ଲାଗି ଜନସାଧରଣଙ୍କୁ ଉସ୍‌କାଉଛନ୍ତି।
ଟୁଇଟ୍‌ କରି ରିଜିଜୁ କହିଛନ୍ତି, ଆତ୍ମଘୋଷିତ କଂଗ୍ରେସ ଯୁବରାଜ ସମସ୍ତ ସୀମା ଟପି ଗଲେଣି। ଏ ବ୍ୟକ୍ତି ଭାରତର ଏକତା ପ୍ରତି ଅତ୍ୟନ୍ତ ବିପଜ୍ଜନକ ହୋଇଯାଇଛନ୍ତି। ଏବେ ଭାରତକୁ ଭାଗ ଭାଗ କରିବା ଲାଗି ଜନତାଙ୍କୁ ଉସ୍‌କାଉଛନ୍ତି। ଭାରତର ସବୁଠୁ ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକମାତ୍ର ମନ୍ତ୍ର ହେଉଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’।
ଭାରତର ଗଣତାନ୍ତ୍ରିକ ଢାଞ୍ଚାକୁ ନଷ୍ଟ କରୁଛନ୍ତି ବୋଲି କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟ ଭାଷଣରେ ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ଉପରେ ଦୋଷାରୋପ କରିଛନ୍ତି।
ଭାଷଣରେ ରାହୁଲ୍‌ କହିଛନ୍ତି, ଭାରତ ହେଉଛି ଗୋଟାଏ ରାଷ୍ଟ୍ର ସଂଘ। ରାଷ୍ଟ୍ର ସଂଘ ହେଉଛି ଗୋଟାଏ ବୁଝାମଣା। ଯଦି ଏହି ସଂଘ ଉପରେ ଜଣେ ବଳପୂର୍ବକ କିଛି ନିୟମ ଲାଗୁ କରିବାକୁ ଉଦ୍ୟମ କରିବେ, ସଂଘ ପ୍ରତିକ୍ରିୟାଶୀଳ ହେବ। ଏଠାରେ ଜଣେ ଶିଖ୍‌ ବ୍ୟକ୍ତି ବସିଛନ୍ତି। ସେ ଶିଖ୍‌ ଧର୍ମ ସମ୍ପ୍ରଦାୟର। ଭାରତରେ ମୁସଲମାନ୍‌ ଅଛନ୍ତି, ଖ୍ରୀଷ୍ଟିଆନ୍‌ ଅଛନ୍ତି, ବିଭିନ୍ନ ଭାଷା ଅଛି। ସେମାନଙ୍କୁ ନେଇ ଭାରତ। ନରେନ୍ଦ୍ର ମ‌ୋଦୀ କହୁଛନ୍ତି ସେ ନୁହନ୍ତି। ନରେନ୍ଦ୍ର ମୋଦୀ କହୁଛନ୍ତି ଭାରତରେ ସେ ଜଣେ ଦ୍ବିତୀୟ ଶ୍ରେଣୀର ନାଗରିକ। ମୁଁ ତାଙ୍କ ସହିତ ଏକମତ ନୁହେଁ।
ଏହି ମନ୍ତବ୍ୟ ଉପରେ ରିଜିଜୁ କହିଛନ୍ତି, ଏଭଳି ନିର୍ବୋଧ ମନ୍ତବ୍ୟ ଉପରେ ପ୍ରତିକ୍ରିୟାଶୀଳ ହେବା ଅନାବଶ୍ୟକ, କିନ୍ତୁ ସମସ୍ୟା ହେଲା, ଭାରତର ଭାବମୂର୍ତ୍ତିକୁ ନିନ୍ଦିତ କରିବା ଲାଗି ଭାରତ-ବିରୋଧୀ ଟିପ୍ପଣୀ ସବୁକୁ ଭାରତ-ବିରୋଧୀ ଶକ୍ତି ଅପବ୍ୟବହାର କରୁଛନ୍ତି। ରାହୁଲ୍‌ ଗାନ୍ଧୀ ‘ପପ୍ପୁ’ ବ‌ୋଲି ଭାରତବାସୀ ଜାଣନ୍ତି, କିନ୍ତୁ ବିଦେଶୀମାନେ ଜାଣନ୍ତି ନାହିଁ ସେ ପ୍ରକୃତରେ ‘ପପ୍ପୁ’ ବ‌ୋଲି।

nis-ad
Leave A Reply

Your email address will not be published.