ମନ୍ତ୍ରୀଙ୍କ ଦାବି: ମହାରାଷ୍ଟ୍ରରେ ଲକ୍ଷାଧିକ ‘ଲଭ୍‌ ଜିହାଦ୍‌’ ମାମଲା

ମୁମ୍ବାଇ: ସମଗ୍ର ରାଜ୍ୟରେ ଏକ ଲକ୍ଷରୁ ଅଧିକ ‘ଲଭ୍‌ ଜିହାଦ୍‌’ ମାମଲା ଘଟିଥିବା କଥା ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଢ଼ା ଦାବି କରିଛନ୍ତି।
ଆଗକୁ ଯେଭଳି ଶ୍ରଦ୍ଧା ୱାକର୍‌ଙ୍କ ଭଳି ହତ୍ୟାକାଣ୍ଡ ନ ଘଟେ ସେଥିପ୍ରତି ଏକନାଥ ସିନ୍ଦେ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ସେ ଗୁରୁତ୍ବାରୋପ କରି କହିଛନ୍ତି।
ବୁଧବାର ଦିନ ରାଜ୍ୟ ବିଧାନସଭାରେ ଦେଇଥିବା ବକ୍ତବ୍ୟରେ ଲୋଢ଼ା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଭାଷଣ ଦେବା ବେଳେ ମନ୍ତ୍ରୀ ଲୋଢ଼ା କହିଲେ ଯେ, ରାଜ୍ୟରେ ଶ୍ରଦ୍ଧା ୱାକର୍‌ ହତ୍ୟାକାଣ୍ଡ ଭଳି ମାମଲାର ପୁନଃରାବୃତ୍ତି ବନ୍ଦ କରିବା ତାଙ୍କର ଦାୟିତ୍ବ। ଏଭଳି ମାମଲାର ତତ୍ତ୍ବାବଧାନ କରିବା ଲାଗି ସରକାର ଗଠନ କରିଥିବା ‘ବିଧର୍ମି ବିବାହ କମିଟି’କୁ ମଧ୍ୟ ସେ ସମର୍ଥନ କରିଛନ୍ତି।
ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ମନ୍ତ୍ରୀ ଲୋଢ଼ା ତାଙ୍କ ଭାଷଣର ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି। ସେଥିରେ ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟ ବିଧାନସଭାରେ ଚାଲିଥିବା ବଜେଟ୍‌ ଅଧିବେଶନରେ ମହାରାଷ୍ଟ୍ରର ନୂତନ ମହିଳା ନୀତି ପ୍ରଣୟନ କରାଯିବ।
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଜ୍ୟ ବିଧାନସଭାରେ ମହିଳା ନୀତି ଉପରେ ବିତର୍କ ହୋଇଥିଲା। ଏ ମାମଲାରେ ହୋଇଥିବା ଏକ ବିତର୍କର ଉତ୍ତର ଦେବା ବେଳେ ବିଧାନସଭାରେ ଲୋଢ଼ା ଉପରୋକ୍ତ କଥା ଘୋଷଣା କରିଛନ୍ତି।

ମହିଳାମାନଙ୍କ କଲ୍ୟାଣ, ସୁରକ୍ଷା ଏବଂ ସଶକ୍ତିକରଣ ନିମନ୍ତେ ବିଧାୟକମାନେ ଦେଇଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ଧ୍ୟାନ ଦେବେ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହିଳାମାନଙ୍କ ନିମନ୍ତେ ଜିଲ୍ଲାସ୍ତରରେ ପ୍ରତି ମାସରେ ‘ଜନତା ଦରବାର’ ବସିବ ଏବଂ ସେଠାରେ ୫୦ଟି ଅଭିଯୋଗର ଶୁଣାଣି କରାଯିବ। ସେହିପରି, ସ୍ବୟଂ ସହାୟକ ସଙ୍ଗଠନର ଉତ୍ପାଦନ ବିକ୍ରୟ ନିମନ୍ତେ ପ୍ରତି ମସାରେ ସବୁ ଜିଲ୍ଲାରେ ମହିଳା ବଜାର ବସିବ।

nis-ad
Leave A Reply

Your email address will not be published.