ହିଞ୍ଜିଳିକାଟୁ ଓ ଶେରଗଡରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସବିବ ଓ ଅତିରିକ୍ତ ସଚିବ

ହିଞ୍ଜିଳିକାଟୁ ୬/୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା ଓ ମୁଖ୍ୟମନ୍ତ୍ରୀ ଙ୍କ ଅତିରିକ୍ତ ସଚିବ ଶୁଭ୍ରାଂଶୁ ଶେଖର ମିଶ୍ର ସୋମବାର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଶେରଗଡ ଓ ହିଞିଳିକାଟୁ ର ବିଭିନ୍ନ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି। ପ୍ରଥମେ ହିଞିଳିକାଟୁ ପୌରପରିଷଦ ଅନ୍ତର୍ଗତ ଡାକ ବଙ୍ଗଳା ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ଙ୍କ ସହ ବିଭିନ୍ନ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ସରକାରୀ ଆଇଟିଆଇ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କର ନୈତିକ ଶିକ୍ଷା ଓ ତାଲିମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଆଇଟିଆଇ ଅଧ୍ୟକ୍ଷ ଙ୍କ ସହ ଆଲୋଚନା କରିଥୁଲେ।ଏହା ପରେ ଶେରଗଡ ବ୍ଲକରେ ପହଞ୍ଚି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ ।ଶେରଗଡ ବ୍ଳକ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିଲେ। ଅପରାହ୍ନରେ ହିଞ୍ଜିଳିକାଟୁ ପୌରପରିଷଦ ଡାକ ବଙ୍ଗଳା ଠାରେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଞ୍ଚଳର ସମସ୍ତ ଜନପ୍ରତିନିଧି ମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ। ସେଠାରୁ ହିଞ୍ଜିଳିକାଟୁ ପୌରପରିଷଦ ନୁତନ ବସଟର୍ମୀନାଲ ନିକଟରେ ନିର୍ମାଣଧିନ ମାର୍କେଟ ବିଲଡିଂ ପରିଦର୍ଶନ କରିଥିଲେ। ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଓ ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ବଣିକ ସଙ୍ଘ ସମ୍ପାଦକ ବିଶ୍ବମ୍ବର ସାହୁ ଭେଟି ମାର୍କେଟ ବିଲଡିଂ ର ଭୂତଳ ସ୍ଥାନରେ ଦୋକାନ ଗୃହ ନିର୍ମାଣ କରି ଦେବାକୁ ଦାବି ପତ୍ର ପ୍ରଦାନ କରିଥିଲେ। ସେଠାରୁ ହିଞ୍ଜିଳିକାଟୁ ପୌରପରିଷଦ ମିନି ଷ୍ଟାଡିୟମ ବୁଲି ଦେଖିବା ପରେ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ରେ ପହଞ୍ଚି ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହ ସମସ୍ତ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବଙ୍କ ଓ ଅତିରିକ୍ତ ସଚିବ ସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ,ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା ଉପସ୍ଥିତ ଥିଲେ । ସଚିବଙ୍କ ଗସ୍ତ ସମୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଥାନୀୟ ବିଡ଼ିଓ ତହସିଲଦାର ,କାର୍ଯ୍ୟନିର୍ବାହୀ ଅଧିକାରୀ ପୋଲିସ ପ୍ରଶାସନ ଏବଂ ବ୍ଲକ ଅଧକ୍ଷ ,ମୁନିସିପାଲିଟି ଅଧ୍ୟକ୍ଷ ସୁବାସ ପଲେଇ, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା, ରାଜ୍ୟ ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର,ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, କାଉନସିଲର ବିଭୁ ପ୍ରସାଦ ପଣ୍ଡା, ଙ୍କ ସହ ଶେରଗଡ ଓ ହିଞିଳିକାଟୁ ପୈରାଚଂଳ ଓ ବ୍ଳକ ର ଵହୁ ରାଜ ନେତା ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.