କାର୍‌ରୁ ମିଳିଲା ଗଞ୍ଜେଇ ୨ କୋର୍ଟ ଚାଲାଣ…

ବ୍ରହ୍ମପୁର : ଗଜପତି ଓ କନ୍ଧମାଳରୁ ଗଞ୍ଜେଇ ବେଆଇନ ଭାବେ ଅଣାଯାଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଛି। ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜେଇ ଧରପଗଡ଼ ଅଭିଯାନ ଜୋରଦାର କରାଯାଇଛି । ଗଜପତି ଜିଲା ମୋହନାରୁ କାଳଷଣ୍ଢପୁର ଓ ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ଗୁଇନ୍ଦା ଖବର ପାଇଥିଲା। ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ସୋମବାର ଆସିକା ନିକଟ କାଳଷଣ୍ଢପୁର ଛକରେ ପାଟ୍ରୋଲିଂ କରୁଥିଲା। ସେହି ରାସ୍ତାଦେଇ ବ୍ରହ୍ମପୁର ଆସୁଥିବା ଏକ କାର୍‌ ନମ୍ବର ଓ ୦୫୫୮ କୁ ଅବକାରୀ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍‌ ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା। ୨୭ଟି ପକେଟରେ ୧୩୫ କେଜି ଗଞ୍ଜେଇ ରହିଥିଲା ଗଞ୍ଜେଇ ସହ କାର୍‌ ଜବତ କରାଯାଇଥିଲା। ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କଟକ ଆଠଗଡ଼ ଥାନା ଅନ୍ତର୍ଗତ ହେମମାଳପୁର ଗ୍ରାମର ବିଶ୍ୱରଞ୍ଜନ ଦଳାଇ ୩୫ ଓ ଅନ୍ୟଜଣେ ଟିକିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ଶ୍ରୀକାନ୍ତ ପ୍ରଧାନ ୧୯ ଗିରଫ ଯୁବକଙ୍କୁ ଜେରା ବେଳେ ସେମାନେ ଉକ୍ତ ଗଞ୍ଜେଇ ଗଜପତି ଜିଲା ମୋହନାରୁ ଆଣି ବ୍ରହ୍ମପୁର ଦେଇ ଆଠଗଡ଼ ଚାଲାଣ କରିଥାନ୍ତେ ବୋଲି ଜଣାପଡିଛି। ଗିରଫ ଦୁଇ ଯୁବକଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ପୋଲିସ ଠାରୁ ସୂଚନା ମିଳିଛି। ଜବତ କାର୍‌ ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୪ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.