ଖୋର୍ଦ୍ଧା ରୋଡ଼ – ବଲାଙ୍ଗୀର ରେଳପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ନେଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା କଲେ ମନ୍ତ୍ରୀ

ବୌଦ୍ଧ : ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ l ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ରେଳ ପ୍ରକଳ୍ପ ଲାଇନ ଅଧିକ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଦଶପଲ୍ଲା ଏବଂ ପୁରୁଣାକଟକ ମଧ୍ୟରେ ଥିବା 68 କିଲୋମିଟର ରେଳ ଲାଇନ ଥିବା ଜମିକୁ ଜଙ୍ଗଲ ଅନୁମୋଦନ ମିଳିଛି l
ଏହି ପ୍ରକଳ୍ପ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଫୁଲବାଣୀ, ଦଶପଲ୍ଲା, ନୟାଗଡ, ଏବଂ ଖୋର୍ଦ୍ଧା ଜିଲ୍ଲାକୁ କରିବ l ପଶ୍ଚିମ ଓଡିଶା ଏବଂ ଉପକୂଳ ଓଡିଶା ମଧ୍ୟରେ ଆଉ ଏକ ରେଳ ସଂଯାଗ ସ୍ଥାପନ କରିବ l ଜଙ୍ଗଲ ମଞ୍ଜୁରୀ ସହିତ ଅନେକ ସମସ୍ୟା ପାଇଁ ଏହା ବିଳମ୍ବିତ ହୋଇ ଆସୁଛି l ଆବଶକୀୟ ଜମି ହସ୍ତାନ୍ତରିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି l ଏହି ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଉପୁଜିଥିବା ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଗୁଡିକୁ ଶୀଘ୍ର ସମାଧାନ ପାଇଁ ତୃଣ ମୂଳ ସ୍ତରରେ ବିଭିନ୍ନ ସରକାରୀ ଓ ଅନ୍ୟାନ୍ୟ ସନ୍ଥା ଗୁଡିକ ସମନୀୟ ରକ୍ଷାକରି କାର୍ଯ୍ୟ ଗୁଡିକ କରିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ରେଳ ଅଧିକାରୀ ଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି l ବୈଠକ ରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଜଙ୍ଗଲ ବିଭାଗ୍ୟ ଅଧିକାରୀ ଏବଂ ରେଳ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.