ଗଣପର୍ବ ବଡ଼ଯାତ୍ରାର ଦ୍ୱିତୀୟ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ମାଲକାନଗିରି,୫।୩ : ମାଳକାନଗିରି ଜିଲ୍ଲାର ଗଣପର୍ବ ବଡ଼ଯାତ୍ରାର ଆଜି ଦ୍ୱିତୀୟ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଗତକାଲି ସଂଦ୍ଧ୍ୟାରେ ତିନି ଠାକୁର ବାଲରାଜ, କାନମରାଜ, ପୋତରାଜ ଓ ଦେବୀ ମୁତ୍ୟେଲୁଆମ୍ମା ଜିଲ୍ଲା ସଦର ମହକୁମାସ୍ଥିତ କନ୍ୟାମାଝିବନ୍ଧ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମଧ୍ୟରାତ୍ରରେ ମାଣ୍ଡିଆଭଟ୍ଟା ପୀଠରେ ପହଂଚିଥିଲେ । ଏହାପରେ ସକାଳୁ ଲକ୍ଷାଧିକ ମାନସିକଧାରୀ ଭକ୍ତମାନେ ଲମ୍ବା ଧାଡ଼ିରେ ଠିଆ ହୋଇ ୩ ଠାକୁର ଓ ଦେବୀ ମୃତ୍ୟେଲୁଆମ୍ମାଙ୍କ ଦର୍ଶନ କରି ଭୋଗ ଦେଉଥିବା ଦେଖାଯାଇଛି । ମାଣ୍ଡିଆଭଟ୍ଟା ପୀଠରେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଆଜି ଦିନତମାମ ଭକ୍ତମାନେ ମାଣ୍ଡିଆଭଟ୍ଟା ପୀଠରେ ଦର୍ଶନ କରିବା ପରେ ସଂଦ୍ଧ୍ୟାରେ ଏକ ବିରାଟ ଶୋଭାଯାତ୍ରାରେ ଠାକୁର ମା ମାଉଳି ମନ୍ଦିରସ୍ଥିତ ସଂହିଦ୍ୱାର ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା ସହ ଭକ୍ତ ମାନେ କିପରି ସୁରଖୁରୁରେ ଦର୍ଶନ ଓ ପୂଜାର୍ଚ୍ଚନା କରିବେ ,ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ଏଥିସହ ଗତକାଲି ସଂଦ୍ଧ୍ୟାରେ ହଜାର ଜହାର ଲୋକ ମୀନାବଜାର ସହ ବିଭିନ୍ନ ଜିଲ୍ଲାର ସୁସ୍ୱାଦ ଖାଦ୍ୟ ମଜା ଉଠାଉଥିବା ଦେଖିବାକୁ ମିଳିଥିଲା ।

nis-ad
Leave A Reply

Your email address will not be published.