ସୁନ୍ଦରଗଡ଼ ବିଜେପି ସାଙ୍ଗଠନିକ ଜିଲ୍ଲାର ବୁଥ ସଶକ୍ତିକରଣ ଅଭିଯାନ କର୍ମଶାଳା…

ସୁନ୍ଦରଗଡ଼ (୦୩/୦୩) : ଜିଲ୍ଲା ସଭାପତି ତଥା ବିଧାୟକ ତଳସରା ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ଅନ୍ତର୍ଗତ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଜିଲ୍ଲା କାର୍ଯ୍ୟାଳୟ ଭୋଜପୁର ଠାରେ ବିଧାନସଭାସ୍ତରୀୟ ବୁଥ ସଶକ୍ତିକରଣ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ମୂଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର ଏବଂ ସ୍ବତନ୍ତ୍ର ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ଯଶବନ୍ତ ନାଏକ, ଅମୀର ନାଏକ ଯୋଗଦେଇଥିଲେ । ଏହି ବୈଠକକୁ ଜିଲ୍ଲା ସାଧାରଣ ସଂପାଦକ ସୁଖଲାଲ ମୁଣ୍ଡା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ଓରାମ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପଂଚାୟତ ଏବଂ ବୁଥ ସ୍ତରରେ ଦଳର ସଂଗଠନ କିଭଳି ମଜବୁତ ହେବ ସେ ରଣନୀତି ଉପରେ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ତଥା ବିଧାୟକ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ବିଭିନ୍ନ ଗରିବ ଜନ କଲ୍ୟାଣକାରୀ ଯୋଜନା ର ସୁଫଳ ବାର୍ତ୍ତା ଏବଂ ଓଡ଼ିଶାରେ ଦୀର୍ଘ ୨୩ବର୍ଷ ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଢ଼ିଉଠିଥିବା ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା, ଭ୍ରଷ୍ଟାଚାର, ଦୁର୍ନୀତି, ଆଇନ ଶୃଙ୍ଖଳା ପରିସ୍ଥିତିରର ଦୂରାବସ୍ଥା ଭଳି ସଂଖ୍ୟାଧିକ ସମସ୍ୟା କୁ ନେଇ ପ୍ରତି ବୁଥ ସ୍ତରରେ ଜନତା ଙ୍କ ନିକଟରେ ବାର୍ତ୍ତା ପହଞ୍ଚେଇବା ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପଦାଧିକାରୀ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜିଲ୍ଲା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଜିଲ୍ଲା ମୋର୍ଚ୍ଚା ସଭାପତି କାଉନସିଲର ବିଧାନସଭା ପ୍ରଭାରୀ ଜାତୀୟ ଓ ରାଜ୍ୟ ମୋର୍ଚ୍ଚା ସଂଯୋଜକ ମଣ୍ଡଳ ସଭାପତି ମଣ୍ଡଳ କାର୍ଯ୍ୟକାରୀ ସଭାପତି ମଣ୍ଡଳ ପ୍ରଭାରୀ ଶକ୍ତିକେନ୍ଦ୍ର ପ୍ରମୁଖ ସହ ପ୍ରମୁଖ ଓ ପ୍ରଭାରୀ ପ୍ରମୁଖ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.