ରାଉରକେଲାରେ ଗୋଷ୍ଠୀ ସହଭାଗୀଙ୍କୁ ସାଇକେଲ ପ୍ରଦାନ…


ରାଉରକେଲା ୦୩ ମାର୍ଚ୍ଚ ୨୦୨୩; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଲୋକସେବା ଭବନସ୍ଥିତ କନଭେନସନ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସହରାଞ୍ଚଳରେ କାମ କରୁଥିବା ୮ ହଜାର ମିଶନଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି । ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ, ଆହାର କର୍ମୀ, ଜଳ ସାଥୀ ଏବଂ ସୁପରଭାଇଜର ଆଦି ସାଇକେଲ ପାଇଛନ୍ତି । ଏହି କ୍ରମରେ ରାଉରକେଲା ସହରର ମିଶନଶକ୍ତିର ଗୋଷ୍ଠୀ ସହଭାଗୀଙ୍କୁ ମଧ୍ୟ ସାଇକେଲ ପ୍ରଦାନ କରାଯାଇଛି । ନେତାଜୀ ସୁବାସ ଚନ୍ଦ୍ର ବୋଷ ପାର୍କ ପରିସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ୧୧ ଜଣଙ୍କୁ ଏହି ସାଇକେଲ ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର , ଉପ ଆୟୁକ୍ତ ସୁଧାଂଶୁ ଭୋଇ, ସୁକାନ୍ତ କୁମାର ବେଉରା, ରୋନିତ କୁମାର ପ୍ରମୁଖ ଉପସ୍ଥିତ ରହି ସାଇକେଲ ବଣ୍ଟନ କରିଥିବା ବେଳେ ଆଗାମୀ ଦିନରେ ଅନ୍ୟ ଗୋଷ୍ଠୀ ସହଭାଗୀଙ୍କୁ ମଧ୍ୟ ସାଇକେଲ ପ୍ରଦାନ କରାଯିବ ବୋଲି କହିଛନ୍ତି ।


ଅନ୍ୟପକ୍ଷରେ ସାଇକେଲ ପାଇ ବେଶ୍‌ ଖୁସି ବ୍ୟକ୍ତ କରିଛନ୍ତି ଗୋଷ୍ଠୀ ସହଭାଗୀ ମହିଳାମାନେ । ପୂର୍ବରୁ ସେମାନେ ଚାଲିଚାଲି ଯିବା ଆସିବା କରୁଥିଲେ ଅବା ଅନ୍ୟ ସାଧନ ଦ୍ବାରା ଯିବା ଆସିବା କରୁଥିଲେ । ଯାହା ବ୍ୟୟବହୁଳ ଥିଲା ଏବଂ ଅଧିକ ସମୟ ଲାଗୁଥିଲା । ଏବେ କିନ୍ତୁ ସାଇକେଲ ପାଇବା ପରେ କାର୍ଯ୍ୟକ୍ଷେତ୍ରକୁ ଯିବା ଆସିବା ସହଜ ହେବ ଏବଂ ସମୟ ମଧ୍ୟ ବଞ୍ଚିପାରିବ । ଯାହା ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଖୁସି ଆଣିଦେବ ବୋଲି ସେମାନେ କହିଛନ୍ତି ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.