ଥାନା ପରିସରରେ ପ୍ରେମିକା ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ

କେନ୍ଦ୍ରାପଡା: ପ୍ରେମ କାହାଣୀକୁ ନେଇ ଅନେକ ଖବର ସାମ୍ନାକୁ ଆସୁଛି। କିଛି ପ୍ରେମ କାହାଣୀ ସଫଳ ହେଉଛି ତ କିଛି କାହାଣୀ ବିଫଳ। ତେବେ ପ୍ରତ୍ୟେକ ସମ୍ପର୍କ ପ୍ରେମ ସହ ଭରଷା ଉପରେ ତିଷ୍ଠି ରହିଥାଏ । ଜଣେ ଯଦି ଅନ୍ଯ ଜଣଙ୍କୁ ସେତିକି ମନ ଦେଇ ଭଲ ପାଇଥିବ ତେବେ ସେ ତା ପ୍ରେମ କୁ ପାଇବା ପାଇଁ ସବୁ ପ୍ରକାରର ଚେଷ୍ଟା ନିହାତୀ କରିଥାଏ। ତେବେ ଏମିତି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି।

ସମସ୍ତଙ୍କ ସାମ୍ନାରେ ଥାନା ଭିତରେ ପ୍ରେମିକା ମଥାରେ ସିନ୍ଦୁର ପିନ୍ଧାଇଛି ପ୍ରେମିକ। କେନ୍ଦ୍ରାପଡା ଜିଲ୍ଲା କପାଳେସୋର ଗାଁର ଏହି ପ୍ରେମୀ ଯୁଗଳଙ୍କୁ ନେଇ ଏବେ ଚର୍ଚ୍ଚା। ଉଭୟ ଗୋଟିଏ ଗାଁର ହୋଇଥିବାବେଳେ ପ୍ରେମିକ ଘର ଆଗରେ ପ୍ରେମିକା ଧାରଣାରେ ବସିବା ପରେ ଏବେ ଉଭୟଙ୍କର ବାହାଘର ସମ୍ପନ୍ନ ହୋଇଛି। ତେବେ ଉଭୟଙ୍କର ବିବାହ କୌଣସି ମନ୍ଦିର କି ମଣ୍ଡପରେ ନୁହେଁ ବରଂ କେନ୍ଦ୍ରାପଡା ସଦର ଥାନାରେ ପ୍ରେମୀ ଯୁଗଳଙ୍କ ବାହାଘର ହୋଇଛି।

ତିନି ଚାରି ବର୍ଷ ଧରି ଏହି ପ୍ରେମୀ ଯୁଗଳ ପରସ୍ପରକୁ ଭଲପାଇ ଆସୁଥିଲେ ଗାଁରେ ବିଭିନ୍ନ ସ୍ଥାନରେ ଦେଖା ମଧ୍ଯ ହେଉଥିଲେ। ଏହା ପରେ ସମ୍ପର୍କ ଘନିଷ୍ଟ ହୋଇଥିଲା। ଶେଷରେ ଲୁଚି ଲୁଚି ପ୍ରତିଦିନ ରାତିରେ ଦେଖାହେଲେ। ଲୁଚି ପଳାଇ ଯିବାକୁ ଚେଷ୍ଟା କରି ମଧ୍ଯ ବିଫଳ ହେବାପରେ, ପ୍ରେମିକ କିଛି ଦିନ ହେବ କୁଆଡେ ଲୁଚି ଯାଇଥିଲେ।

ଏହାପରେ କେନ୍ଦ୍ରାପଡା କପାଳେସୋର ଗାଆଁରେ ପ୍ରେମିକ ଘର ଆଗରେ ଧାରଣା ରେ ବସି ଥିଲା ପ୍ରେମିକା। ଏନେଇ ଖବର ପାଇବା ପରେ ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳ ଙ୍କୁ ସଦର ଥାନା କୁ ଆଣିଥିଲେ। ଏହାପରେ ପରିବାର ଲୋକଙ୍କୁକୁ ବୁଝାସୁଝା କରିବା ପରେ ଥାନା ପରିସରରେ କିଛି ମୁରବୀଙ୍କ ଉପସ୍ଥିତିରେ ଉଭୟଙ୍କ ବିବାହ କରାଯାଇଛି।

ତେବେ ଉଭୟଙ୍କ ପରିବାର ଲୋକେ ନିଜ ନିଜ ଭିତରେ ଆଉ ତିକ୍ତତା ନବଢାଇ ପ୍ରେମୀ ଯୁଗଳଙ୍କୁ ଆଶିର୍ବାଦ କରିବା ଉଚିତ୍। ଆଜିକାଲି ସମାଜରେ ପ୍ରେମକୁ ନେଇ ଅନେକ ଅପରାଧ ଘଟୁଥିବାବେଳେ ସଦର ଥାନା ପୋଲିସ୍ ର ଏଭଳି ଏକ ପଦକ୍ଷପ ନିହାତୀ ପ୍ରଶଂସାଯୋଗ୍ଯ।

nis-ad
Leave A Reply

Your email address will not be published.