ଅଷ୍ଟ ପ୍ରହର ନାମ ଯଜ୍ଞରେ ଏମ.ପି ଶ୍ରୀ ଯୁକ୍ତ ରମେଶ ମାଝି :ନୂତନ କୋଦଭାଟା କାଳୀମନ୍ଦିର ପରିଦର୍ଶନ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର କୋଦଭାଟା ସ୍ଥିତ ନବନିର୍ମିତ ନୂତନ କାଳୀମନ୍ଦିର, ମା ଶୀତଳା ମନ୍ଦିର ପ୍ରତିଷ୍ଟା ଓ ବିଗ୍ରହ ସ୍ଥାପନ ପରିପେକ୍ଷୀରେ କୋଦଭାଟା କାଳିବାଡ଼ି କମିଟିର ସଦସ୍ୟ ବୃନ୍ଦ ମିଳିତ ଭାବରେ ଅଷ୍ଟ ପ୍ରହର ନାମ ଯଜ୍ଞ ସହ ତିନି ଦିନ ଧରି ମାଙ୍କ ଆନନ୍ଦ ବଜାର ମହାପ୍ରସାଦର ବ୍ୟବସ୍ଥା କରିଛନ୍ତି l ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ଆନନ୍ଦ ବଜାର ରେ ମହାପ୍ରସାଦ ସେବନ ସଙ୍ଗେ ମଧୁର ହରିନାମ ସଂକୀର୍ତ୍ତନ ଶ୍ରବଣ କରିବା ନିମନ୍ତେ ମନ୍ଦିର କମିଟି ସଦସ୍ୟ ମାନେ ଅନୁରୋଧ କରିଛନ୍ତି l ମନ୍ଦିର କମିଟିର ଅନୁରୋଧରେ ମାନ୍ୟବର ଏମ ପି ଶ୍ରୀ ଯୁକ୍ତ ରମେଶ ଚନ୍ଦ୍ର ମାଝୀ, ବ୍ଲକ ଚେୟାରମ୍ୟାନ ଶ୍ରୀମତି ନବୀନା ନାୟକ ପୂର୍ବତନ ଏମ ଏଲ ଏ ଶ୍ରୀ ସୁଭାଷ ଗଣ୍ଡ, ରାଇଘର ଏକ ନମ୍ବର ଜୁନର ଜ଼ିଲ୍ଲା ପରିଷଦ ଶ୍ରୀ ଯତୀନ୍ଦ୍ର ନାଥ ଗଣ୍ଡ, କେ ବି କେ ଜ଼ିଲ୍ଲାର ବି କେ ବି ଆଡ଼ଭାଇଜୋର ଶ୍ରୀ ଡବଳୁ ଗଣ୍ଡ, ଏମ ଏଲ ଏ କାର୍ଯ୍ୟକର୍ତ୍ତା ଶ୍ରୀ ଶିବନାଥ ବାନାର୍ଜୀ ଓ ବିଜେଡିର ବରିଷ୍ଟ କାର୍ଯ୍ୟକର୍ତ୍ତା ଶ୍ରୀ ଗୁପ୍ତା ପ୍ରସାଦ ଝାକୋର, ଶ୍ରୀ ରାଇସିଂ ଗଣ୍ଡ, ଶ୍ରୀ ରାମନାଥ କେଉଟ, ଶ୍ରୀ ପ୍ରନବ ଭୂୟାଁ ଓ ଶ୍ରୀ ଶଙ୍କର ଲାଲ ଶର୍ମା ପ୍ରମୁଖ ଉପସ୍ଥିତ ହୋଇ ଆଜିର ଏହି ନାମ ଯଜ୍ଞର ନାମ ଶ୍ରବଣ କରି ବା ସହିତ ମହାପ୍ରସାଦ ସେବନ କରି କମିଟି ଓ ଗ୍ରାମବାସୀଙ୍କୁ ସାଧୁ ବାଦ ଜଣାଇଲେ l ମନ୍ଦିର କମିଟିର ସମ୍ପାଦକ ଶ୍ରୀ ଅଂଜଣ କାନ୍ତି ଵାଲା, ଆଡ଼ଭୋକେଟ ଶ୍ରୀ ତପନ କୁମାର ଗାଇନ, ସୁବେଦାର ଶ୍ରୀ ମୃଣାଳ କାନ୍ତି ରାୟ, ଶ୍ରୀ ସ୍ୱପନ ସରକାର,ଶ୍ରୀ ମିହିର କାନ୍ତି ଢାଳି ଓ ପ୍ରମୁଖ କୋଦଭାଟା ରାଇଘର ଯୁବକ ସଙ୍ଘ ମିଳିତ ଭାବେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୂଏ ସେଥି ପ୍ରତି ତୀକ୍ଷ୍ମ ଦୃଷ୍ଟି ଦେଇ ସୁଚାରୁ ଭାବରେ ଏହି ନାମ ଯଜ୍ଞ ଓ ମହାପ୍ରସାଦ ବିତରଣ କିଭଳି ସୁଚାରୁ ରୂପେ ପାଳିତ ହେବ ସେଥିପ୍ରତି ଧ୍ୟାନ ଦେଇ ନିଜ କାର୍ଯ୍ୟ ସମ୍ପଦାନ କରୁଛନ୍ତି l ଏହି କ୍ଷେତ୍ରରେ ପୋଲିସ ପକ୍ଷରୁ ମଧ୍ୟ ବିଶେଷ ଧ୍ୟାନ ଦିଆଯିବା ଦେଖିବାକୁ ମିଳି ଥିଲା l

nis-ad
Leave A Reply

Your email address will not be published.