ଲୋ ଭୋଲ୍ଟେଜ ସମସ୍ୟା କୁ ନେଇ ଜନ ଅସନ୍ତୋଷ…

ଯନ୍ତ୍ରୀ ଙ୍କୁ ଘେରିଲେ ଚାଷୀ…

ନିଘୋଡ଼ ନିଦରେ ବିଦ୍ୟୁତ ବିଭାଗ…!!

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ ଥିବା କେତୋଟି ପଞ୍ଚାୟେତକୁ ଲୋ ଭୋଲ୍ଟେଜ ସମସ୍ୟା ବିଗତ ଦୀର୍ଘ ଦୁଇ ବର୍ଷ ହେବ ବାରମ୍ବାର ଅଭିଯୋଗ ଓ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେଲା ପରେ ଵି ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ତ ପଦାଧିକାରୀଙ୍କୁ କର୍ଣ୍ଣରେ ପହଁଞ୍ଚି ପାରେ ନାହିଁ କି ? ନାଁ ଜାଣି ଶୁଣି କର୍ଣ୍ଣ ବଧିର ହୋଇ ନ ଶୁଣିବା ଅଭିନୟ କରୁଛନ୍ତି…? ସୂଚନା ମୁତାବକ ରାଇଘର ବ୍ଲକର ପରଛିପାରା, କେବିକଙ୍ଗା, ଜଳଙ୍ଗପାରା, ତୁରୁଡ଼ିହି, ମୋହଣ୍ଡ,ଉଦୟପୁର ପଞ୍ଚାଏତ ଗୁଡ଼ିକ ଓ ସୀମାନ୍ତଵର୍ତ୍ତୀ ଅଞ୍ଚଳରେ ଏହି ଲୋ ଭୋଲ୍ଟେଜ ସମସ୍ୟା ପାଇଁ ମୁଖ୍ୟତ ଚାଷୀ ମାନେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି ଫସଲ କରି ନପାରି ଋଣ ରେ ବୁଡୁଛନ୍ତି ମଟର ନଚଳିବା ଫଳରେ ଚାଷ କାମ ହୋଇ ପାରୁ ନାହିଁ ତେଣୁ କେବେ ଏହି ସମସ୍ୟା ର ସମାଧାନ ହେବ ତାହା ସମୟ କହିବ l ବିଶେଷ କରି ଚାଷୀ ଧାର କରଜ କରି ବର୍ତ୍ତମାନ ଯେଉଁ ଖୋରିପ ଚାଷ କରିଛି ତାହା ପ୍ରାୟ ଏବେ ନଷ୍ଟ ହେବା ଉପରେ l କେତେ ଜାଗାରେ ପୁରାପୁରି ଫସଲ ନଷ୍ଟ ହେଇଯିବାର ଦୃଶ୍ୟ ଦେଖିବାକୁ ମିଳି ଲାଣି l ଏହି ପରି ପରିସ୍ଥିତିରେ ଆଜି 27/02/2023 ରିକ ରାଇଘର କରେଣ୍ଟ ଏ ଇ ଇ (AEE) ପ୍ରଦୀପ କୁମାର ଚୌଧୁରୀ ଙ୍କୁ ଲୋ ଭୋଲ୍ଟେଜ ବିଷୟରେ ଚାଷୀ ମାନେ ପଚାରିବାରୁ କହିଲେ ମୋ ହାତରେ କିଛି ନାହିଁ ମୁଁ କଣ କରିବି l ଯାହାକି ଅତି ବେପରୁଆ ମନ୍ତବ୍ୟ ଏହାକୁ ନେଇ ବିଭିନ୍ନ ପଞ୍ଚାୟତ ର ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି , ଲାଇନ ଡ଼ିସ କଂନେକ୍ସନ କରିଦିଅ ବୋଲି କହି ଛନ୍ତି ଯଦି ବିଦ୍ୟୁତ ଥାଇ ମଟର ରୁ ପାଣି ନଉଠେ ତେବେ ଲାଇନ ଥାଇ ଲାଭ କଣ ବୋଲି ଅଭିଯୋଗ କରିଛନ୍ତି l ଏତେ ମାତ୍ରାରେ ଲୋ ଭୋଲ୍ଟେଜ ସମସ୍ୟା କି ସାମାନ୍ୟ ମୋବାଇଲ ଚାର୍ଜ ଵି ହେଉ ନାହିଁ ସେହିଠି ମଟର କଣ ଚାଲିବ,କିନ୍ତୁ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତି ମାସରେ ଆଠ ଦଶ ହଜାର ବିଲ କେମିତି ଆସୁଛି ଏହାବି ଆଶ୍ଚର୍ଯ୍ୟ ର କଥା l ଏହି ଅଭିଯୋଗ କୁ ନେଇ ଆନ୍ଦୋଳନ କୁ ଓଲ୍ହାଇ ଛନ୍ତି ରାଇଘର ବ୍ଲକ ର ପାଞ୍ଚ ପଞ୍ଚାୟତ ର ଚାଷୀ ମାନେ l ରାଇଘର ବ୍ଲକ ୧ ନମ୍ବର ଜୁନର ଜ଼ିଲ୍ଲା ପରିଷଦ ଶ୍ରୀ ଯତୀନ୍ଦ୍ର ନାଥ ଗଣ୍ଡ ଉପସ୍ଥିତ ରହି ରାଇଘର ବିଦ୍ୟୁତ ବିଭାଗର ଏ ଇ ଇ (AEE) ଙ୍କୁ ଅଭିଯୋଗ କରାଗଲା ଯେ ଯେତେ ଶୀଘ୍ର ହେଉ ଏହି ଲୋ ଭୋଲ୍ଟେଜ ସମସ୍ୟା ର ସମାଧାନ କରାଯାଉ l ଲୋ ଭୋଲ୍ଟେଜ ସମସ୍ୟା ଅତି ଶୀଘ୍ର ଦୂରୀକରଣ ନ ହେଲେ ଆଗାମୀ ଦିନରେ ଚାଷୀ ଭାଇ ମାନେ ରାଜ ରାସ୍ତାକୁ ଓଲ୍ହାଇ ବେ ବୋଲି ଚେତାବନି ଦେଇଛନ୍ତି l ଯାହାକୁ ଭିତ୍ତି କରି ବର୍ତ୍ତମାନ ପ୍ରତି ପଞ୍ଚାଏତକୁ ଭାଗ ଭାଗ କରି ଲାଇନ ଦେବା ପାଇଁ ଗୋଟିଏ ଶାନ୍ତି ଶୋଭା କରି ସର୍ବ ସଂମତିକ୍ରମେ ନିଷ୍ପତ୍ତି ନେବେ କହିବାରୁ ସମସ୍ତେ ପ୍ରସ୍ତାବ କୁ ମାନି ଛନ୍ତି l ରାଇଘର ଥାନାର ଏସ ଆଇ, ଶ୍ରୀ ଏସ ବି ମଙ୍ଗରାଜ ଓ ଏସ ଆଇ, ଶ୍ରୀ ମନୋରଞ୍ଜନ ବେହେରା ଉପସ୍ଥିତ ଥାଇ ଲୋକ ମାନଙ୍କୁ ବୁଝା ସୁଝା କରିଥିଲେ l

nis-ad
Leave A Reply

Your email address will not be published.