ସୁନ୍ଦରଗଡ଼: ସୁନ୍ଦରଗଡ଼ଟାଉନଥାନା ସେପତିବାହାଲ ରାସ୍ତା ପାଖ ଏକ ବନ୍ଦ ଘରୁ ୨ ଶ୍ରମିକଙ୍କ ମୃତଦେହ ଠାବ ହୋଇଛି। ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗିଯାଇବା ଅନୁମାନ କରାଯାଉଛି । ସେମାନେ ଘରୁ ବାହାରି ନପାରି ନିଆଁରେ ପୋଡି ପ୍ରାଣ ହରାଇଥିବା ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଶ୍ରମିକ ନିକଟସ୍ଥ ବାଉରିମୁଣ୍ଡାର ମିଠୁ ଓରାମ ଓ ଦିଲୀପ ସା। ସେମାନେ ଆସି ଏଠାରେ ଠିକାଦାର ବିକାଶ ରାଓଙ୍କ ପାଖରେ ବିଭିନ୍ନ ନିର୍ମାଣ କାର୍ଯ୍ଯରେ ଶ୍ରମିକ ଭାବେ କାମ କରୁଥିଲେ। ତେବେ କେଉଁସ୍ଥିତିରେ ସେଠାରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଅ।ରମ୍ଭ କରିଛି ।