ରସୁଣ ବୋଝେଇ ପିକ୍ଅପ ଭ୍ୟାନରୁ ୪ ଶହ କେଜି ଗଞ୍ଜେଇ ଜବତ, ଦୁଇ ଗିରଫ…

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ମିଳିଲା ସଫଳତା । ରସୁଣ ବୋଝେଇ ପିକଅପ ଭ୍ୟାନ ରୁ ଜବତ ହେଲା ୪ ଶହ କେଜି ଗଞ୍ଜେଇ । କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ମହୁରୀ କାଳୁଆ ଛକ ଠାରେ ଯାଞ୍ଚ କରୁଥିଲେ । ଗଜପତି ଜିଲ୍ଲା ମୋହନା ରୁ ଭୁବନେଶ୍ୱର ଚାଲାଣ ହେଉଥିବା ବେଳେ ଏକ ପିକ୍ଅପ ଭ୍ୟାନ କୁ ଅଟକାଇ ଯାଞ୍ଚ ବେଳେ ଉପରେ ରସୁଣ ଥିବା ଜାଣିବାକୁ ପାଇଥିଲେ । ସନ୍ଧେହ ସୃଷ୍ଟି ହେବା ଫଳରେ ଅଧିକ ତଲାସୀ ବେଳେ ତଳେ ବସ୍ତା ଭିତରେ ୪୦୦ କେଜି ଗଞ୍ଜେଇକୁ ଠାବ କରିଥିଲା ଅବକାରୀ ବିଭାଗ । ଏହି ସଂକ୍ରାନ୍ତ ରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳର ରାଧାକାନ୍ତ ସାହୁ ଓ ସନ୍ତୋଷ କୁମାର ସାହୁ । ପିକ୍ଅପ ଭ୍ୟାନ ଓ ସମସ୍ତ ଗଞ୍ଜେଇ କୁ ଜବତ କରାଯାଇଛି । ସମସ୍ତ ଗଞ୍ଜେଇ ର ମୂଲ୍ୟ ଆନୁମାନିକ ମୂଲ୍ୟ ୪୦ ଲକ୍ଷ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଗୁଇନ୍ଦା ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା ।

nis-ad
Leave A Reply

Your email address will not be published.