ଚିତ୍ରକୋଣ୍ଡା ଠାରେ ଅଭିବିଭକ୍ତ କୋରାପୁଟ ଜିଲ୍ଲାସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସଦର ମହକୁମା ଠାରେ ଅଭିବିଭକ୍ତ କୋରାପୁଟ ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଛନ୍ତି ୟୁଥ କ୍ଲବ ଚିତ୍ରକୋଣ୍ଡା।ଏହି ଟୁର୍ଣ୍ଣାମେଣ୍ଟରେ ଅଭିବିଭକ୍ତ କୋରାପୁଟ ଜିଲ୍ଲାର ୧୬ଟି ଟିମ ବାଲିମେଳା,ମାଥିଲି,କୋରାପୁଟ, କୋଲାବ,ମାଲକାନଗିରି ବାଲାଜୀ ୬, ପୁରୁଣାଗଡ, ନନ୍ଦପୁର, ମୋହୁଲି, ଲମତାପୁଟ, ପଡିଆ, ଜୟପୁର, ରାୟଗଡ଼ା, ଚିତ୍ରକୋଣ୍ଡା, ମାଲକାନଗିରି ଟାଉନ, ନବରଙ୍ଗପୁର,ଲକ୍ଷ୍ମୀପୁର ଟିମ ଅଂଶଗ୍ରହଣ କରିବେ।ଆଜିର ଉଦଘାଟନୀ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରଜେଶ୍ଵରି ଖିଲ, ଚିତ୍ରକୋଣ୍ଡା ସରପଞ୍ଚ ହରିମୋହନ ଖିଳ, ଚିତ୍ରକୋଣ୍ଡା ବ୍ଲକର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୂର୍ଯ୍ୟନାରାୟଣ ବେହେରା,ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲା,ଦେବେନ୍ଦ୍ର ଦାସ,ପିତାମ୍ବର କ୍ଷେମୁଡୁ,ଚିତ୍ରକୋଣ୍ଡା ୟୁଥ୍ କ୍ଲବର ସମସ୍ତ ମେମ୍ବର ଯୋଗ ଦେଇଥିଲେ।ଆଜି ପ୍ରଥମ ମ୍ୟାଚରେ ମାଥିଲି କୁ ହରାଇ ବାଲିମେଳା ବିଜୟ ହୋଇଛି,ଏହି ମ୍ୟାଚ କୁ ସନ୍ତୋଷ କୁମାର ନାୟକ ପରିଚାଳନା କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟର ବିଜୟ ଦଳକୁ ୪୦,୦୦୦ ଓ ପରାଜିତ ଦଳକୁ ୩୦,୦୦୦ ଟଙ୍କାର ଅର୍ଥରାଶି ପୁରସ୍କାର ମିଳିବ।

nis-ad
Leave A Reply

Your email address will not be published.