ନିଖିଳ ଉତ୍କଳ ତେଲଙ୍ଗା ଦୋରା ସମାଜର ବନ୍ଧୁ ମିଳନ…

ଛତ୍ରପୁର : ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ପରିସରରେ ନିଖିଳ ଉତ୍କଳ ତେଲଙ୍ଗା ଦୋରା ସମାଜ ର ଏକ ବନ୍ଧୁ ମିଳନ ଛତ୍ରପୁର ମଣ୍ଡଳର ସଭାପତି ବି. ରାଜୁବାବୁ ଙ୍କ ପୌରହିତ୍ୟ ଅନୁଷ୍ଠିତ ହୋଇଥିଲା l ଏଥିରେ କେନ୍ଦ୍ରୀୟ ସଭାପତି ମଦନ ମୋହନ ଦୋରା, ସମ୍ପାଦକ ଗୋପାଳ ଦୋରା ଏବଂ କେନ୍ଦ୍ରୀୟ କମିଟି ମିଟୁ ଦୋରା, ମୋହନ ଦୋରା , ପଦ୍ମନାଭ ଦୋରା, ମହିଳା ସଭାନେତ୍ରୀ ଇ ମାଧବୀ ଦୋରା, ଛତ୍ରପୁର ସର୍କିଲ ର ସମ୍ପାଦକ ଡି ରାମlରାଓ, ପୂର୍ବତନ ସଭ୍ୟ ପ୍ରତାପ ନାଇଡ଼ୁ, ଡି. କାମେଶ୍ୱର ରାଓ, ରାଜାରାଓ ଙ୍କ ସମେତ ସମାଜ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ସମାଜ ବିକାଶ ଓ ସଂଗଠନ ଉପରେ ଆଲୋକପାତ କରିଥିଲେ, ଶେଷରେ ବରିଷ୍ଠ ସଦସ୍ୟ ତଥା କ୍ରୀଡା ବିତ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଏ. ରାଜା ରାଓ ଙ୍କୁ କେନ୍ଦ୍ରୀୟ ସଭାପତି ଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ପରିଶେଷରେ ଛତ୍ରପୁର ସର୍କିଲ ର ସମ୍ପାଦକ ଭାବେ ନୂତନ ଚୟନ କରାଯାଇଥିବା ଡି. କାମେଶ୍ୱର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.