ରେଳବାଇ ଟିଆରଡି ଡିପୋରେ ଡକାୟତି: କର୍ମଚାରୀଙ୍କ ହାତ ଗୋଡ଼ ବାନ୍ଧି ଲୁଟି ନେଲେ ରେଲଓ୍ୱେ ସାମଗ୍ରି…

ଭଦ୍ରକ : ଭଦ୍ରକ ରେଳ ଷ୍ଟେସନ ନିକଟ ୧୧୯ ନମ୍ବର ଗେଟ ନିକଟ trd ଅଫିସ ବା ବିଦ୍ୟୁତ ଅଫିସରୁ ଲୁଟ। ରେଳ କର୍ମଚାରୀଙ୍କୁ ବାନ୍ଧି ଟ୍ରକ ସାହାଯ୍ୟରେ ଲୁଟି ନେଲେ ତାର ଓ ଅନ୍ୟାନ୍ୟ ସାମଗ୍ରୀ।

ସୂଚନାଯୋଗ୍ୟ ଯେ ଗତ ୨୧ ତାରିଖ ବିଳମ୍ବିତ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟରେ ଚୋରି ହୋଇଛି । ଏହି ବିଭାଗରେ ରେଳବାଇର ଜମ୍ପର ୱୟାର, କ୍ରସ ଫିଦର ୱୟାର, ସ୍ମଲ ଜମ୍ପର, ଲାର୍ଜ ସ୍ପାନ ୱୟାର, ବ୍ରିଡଲ ୱୟାର, କେଟେନାରୀ ୱୟାର, କନଟାକ ୱୟାର ଆଦି ଜିନିଷ ସବୁ ଚୋରି ହୋଇଛି ।

ରେଳବାଇ ବିଭାଗର ବରିଷ୍ଠ ଅନୁଭାଗଙ୍କ କାର୍ଯ୍ୟାଳୟର କର୍ମଚାରୀ ବିହାର ଇସଲାମପୁର ଅଞ୍ଚଳର ଏମଡି କୁରବାନ ରାତ୍ର ଭୋଜନ ସାରି ଅଫିସ ଆସିଥିଲେ ଓ ଅଫିସର ତଳ କୋଠରିରେ ଶୋଇବାକୁ ଯାଉଥିଲେ । ଏବଂ ପୂର୍ବରୁ ଉକ୍ତ ବିଭାଗର କାର୍ଯ୍ୟ କରୁଥିବା ଠିକାଦାରଙ୍କ ଗାଡ଼ିର ଡ଼୍ରାଇଭର ତିହିଡ଼ି ଥାନା ଅନ୍ତର୍ଗତ ଅଶୋକ ମହାରାଜ ଅଫିସର ଉପର ତାଲାକୁ ଯାଇଥିଲେ। ସେହି ସମୟରେ ପ୍ରାୟ ୬ ରୁ ୭ ଜଣ ଅଜଣା ଯୁବକ ମୁହଁରେ କପଡା ବାନ୍ଧି ପ୍ରଥମେ କର୍ମଚାରୀ ଏମଡି କୁରବାନ ମାଡ଼ି ବସି ତାଙ୍କୁ ଅମାନୁଷିକ ଭାବରେ ମାରିବା ସହ ତାଙ୍କ ହାତ ଗୋଡ ବାନ୍ଧି ପକାଇ ଦେଇଥିଲେ । ପାଟି ତୁଣ୍ଡ ଶୁଣି ଡ଼୍ରାଇଭର ଅଶୋକ ମହାରାଜ ତଳକୁ ଆସିବାରୁ ତାଙ୍କୁ ମଧ୍ୟ ମାଡ଼ି ବସି ମାଡ଼ ମାରିବା ସହ ହାତ ଗୋଡ ମଧ୍ୟ ବାନ୍ଧି ପକାଇଥିଲେ। ପରେ ଅଫିସ ଷ୍ଟୋର ରୁମରୁ ବିଭିନ୍ନ ସାମଗ୍ରୀ ଗୁଡ଼ିକୁ ଚୋରି କରି ନେଇ ଯାଇଥିଲେ ।

ବିଳମ୍ବିତ ରାତିରେ ରେଳବାଇ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଅଫିସ ଖୋଲା ଥିବା ଦେଖି ତା ମଧ୍ୟକୁ ପ୍ରବେଶ କରି ଉକ୍ତ ଦୁଇ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ଡ଼ାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଖବର ପାଇ ରେଳବାଇ ବିଭାଗର ବରିଷ୍ଠ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚଛନ୍ତି । ଲକ୍ଷ୍ମୀ ନାରାୟଣ ସିଂଙ୍କ ଏତଲା ମୂଳେ ରେଳବାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ସନ୍ଧନୀ କୁକୁରକୁ ମଧ୍ୟ ଆଣି ଅଧିକ ଖାନ ତଲାସ କରିଛି । ତେବେ ସଂପୃକ୍ତ ଚୋର ମାନେ ୭ଲକ୍ଷ ଟଙ୍କାର ରେଳବାଇ ସାମଗ୍ରୀ ଚୋରି ହୋଇଥିବା ସୂଚନା ମିଳିଛି।

nis-ad
Leave A Reply

Your email address will not be published.