ଟ୍ରକ ମାଲିକ ସଂଘ ଆନ୍ଦୋଳନ : ଶାନ୍ତିପୂର୍ଣ୍ଣ ଭାବେ ଲୋଡିଂ ଟ୍ରକ୍ କୁ ରୋକିଲେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ…

ଛତ୍ରପୁର : ଦୀର୍ଘ ଦେଢ଼ ବର୍ଷ ହେଲା ନିଜ ହକ୍ ପାଇଁ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ ଗଂଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ନିକଟରେ ନିଜର ଦାବି ଜଣେଇ ଆସୁଥିଲେ ସୁଦ୍ଧା କୌଣସି ସମାଧାନ ନ ହେବାରୁ ଆଜି କାଳିଆବାଲି ଓ ଗୋପାଳପୁର ପୋର୍ଟ ମୁଖ୍ୟ ରାସ୍ତାରେ ବିଭିନ୍ନ କମ୍ପାନୀ ରୁ ଆସୁଥିବା କୋଇଲା ଓ ଆଲୁମିନିୟମ ପାଉଡର ଟ୍ରକ୍ ଗୁଡିକୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକା ଯାଇଛି l ସୂଚନା ଥାଉକି ,ଛତ୍ରପୁର ଅଂଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ର ମାଲ ଗୁଡିକୁ ରପ୍ତାନୀ ଆମଦାନୀ ପରିବହନ କରିବାକୁ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଦୀର୍ଘ ଦେଢ଼ ବର୍ଷ ହେଲା ଦାବି କରାଯାଇଆସୁଛି l କିନ୍ତୁ ପ୍ରଶାସନ ଓ ଟ୍ରାନ୍ସପୋର୍ଟର ର କେବଳ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଦିନ ପରେ ଦିନ ଗଡେଇ ଚାଲୁଥିଲେ l ଗତ ଫେବୃଆରୀ 7 ତାରିଖ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରେ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା ,କିନ୍ତୁ ଆଜି ସୁଦ୍ଧା କୌଣସି ଆମ ଦାବି ସମ୍ପର୍କରେ କୌଣସି ଉତର ପ୍ରଶାସନ ପକ୍ଷରୁ ଜଣାଗଲା ନାହିଁ l ତେଣୁ ଆମେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି ସଂଘର ସଭାପତି ଓ ସମ୍ପାଦକ … ଅନ୍ୟପଟେ ଏହି ଆନ୍ଦୋଳନ କିଛି ଘଣ୍ଟା ଚାଲିଲା ପରେ ଆନ୍ଦୋଳନକାରୀ ଙ୍କୁ ବୁଝାସୁଝା କରାଯାଇଛି l ଏନେଇ ଆସନ୍ତା କାଲି ଏକ ବୈଠକ କରାଯିବ ଓ ପରେ ସଂଘ ପକ୍ଷରୁ ନିଷ୍ପତି ନିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି l

nis-ad
Leave A Reply

Your email address will not be published.