ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସିଦ୍ଧାନ୍ତ ଙ୍କ ଆବିର୍ଭାବ ଓ ପ୍ରଦୀପ ଙ୍କ ପୁନରୁତ୍ଥାନ ପରେ ଚର୍ଚ୍ଚା ଜୋର ଧରୁଛି…

ଆସୁଛି ୨୦୨୪ ନିର୍ବାଚନ, ପ୍ରଦୀପଙ୍କ ପାଇଁ ସତର୍କ ଘଣ୍ଟି

ବ୍ରହ୍ମପୁର : ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ ମଜବୁତ କରିବାରେ ଲାଗିପଡ଼ିଛି ଦଳ । ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦାହେବା ପରେ ଏବେ ଦଳ ନୂଆ ପ୍ରାର୍ଥୀଙ୍କ ସନ୍ଧାନ କରୁଥିବା ଜଣାଯାଉଛି । ସେଥିପାଇଁ ଦଳ ଅଭିନେତା ତଥା ବ୍ରହ୍ମପୁର ଲୋକସଭା ଆସନରୁ ଦୁଇଥର ସାଂସଦ ଭାବେ ନିର୍ବାଚନୀ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ମଇଦାନକୁ ଛାଡ଼ିବାକୁ ପ୍ରୟାସ କରୁଛି ଦଳ । ହଠାତ୍ ଗଞ୍ଜାମରେ ସିଦ୍ଧାଙ୍କର ଆବିର୍ଭାବକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି । କୁହାଯାଉଛି, ଏଥର ସିଦ୍ଧାନ୍ତ ଗୋପାଳପୁର ବିଧାନସଭା ଆସନରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚନ ଲଢ଼ିବେ ।

ତେବେ ସିଦ୍ଧାନ୍ତଙ୍କୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା କେତେଦୂର ଠିକ୍, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ସିଦ୍ଧାନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ପ୍ରଦୀପ ଚୁପ୍ ବସିନାହାନ୍ତି । ପ୍ରଦୀପ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ କର୍ମୀମାନେ ତାଙ୍କୁ ଫୁଲବର୍ଷା କରି ସ୍ୱାଗତ କରିଛନ୍ତି । ତେବେ ଯଦି ସବୁକିଛି ଠିକଠାକ ରୁହେ, ତେବେ ଆସନ୍ତା ନିର୍ବାଚନରେ ସିଦ୍ଧାନ୍ତ-ପ୍ରଦୀପ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିପାରେ । ପ୍ରଦୀପ ବର୍ତମାନ କେଉଁ ଦଳର ପାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନଥିବା ବେଳେ କିନ୍ତୁ ବିଜେପି ଆଡକୁ ଢ଼ଳିବା ପରି ଇସାରା ମିଳିଲାଣି l ଏହି ପରିପେକ୍ଷୀରେ ଵିଚାର କଲେ ବିଜେପି ର ତୁଙ୍ଗ ନେତା ତଥା ବର୍ତମାନ ର ବିଜେପି ଜିଲ୍ଲା ସଭାପତି ବିଭୁତି ଜେନା ମୁଖ୍ୟତଃ ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପ୍ରତିନିଧିତ୍ୱ କରି ଥିଲେ ଏବଂ ଗତ ନିର୍ବାଚନ ରେ ସେ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ଅତି କମ ଭୋଟରେ ହାରି ଥିଲେ ତେଣୁ ଯଦିବା ବିଜେପି ରୁ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଟିକଟ ମିଳେ ତେବେ ଦ୍ୱନ୍ଦ ଓ ଆଶା ଆଶଙ୍କା ବଢି ପାରେ କାରଣ ବର୍ତମାନ କୁ ଦେଖିବାକୁ ଗଲେ ବିଭୁତି ଜେନା କୌଣସି ପରିସ୍ଥିତି ରେ ଗୋପାଳ ପୁର ନିର୍ବାଚନ ମଣ୍ଡଳୀ ଛାଡି ନପାରନ୍ତି l ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ରେ ବରିଷ୍ଠ ବିଜେପି ନେତା କାହ୍ନୁ ପତି ଗତ ନିର୍ବାଚନ ଲଢ଼ି ଥିଲେ କିନ୍ତୁ ସେ ସେହି ଭଳି କୌଣସି ଆଖି ଦୃସିୟା ଭୋଟ ପାଇଁ ନଥିଲେ ତେଣୁ ସେହି ପରିପେକ୍ଷି ରେ ଦଳ ପ୍ରଦୀପ ଙ୍କୁ ହୋଏତ ସୁଯୋଗ ଦେଇ ପାରେ ବୋଲି ବୁଦ୍ଧି ଜୀବି ମାହୋଲ ରେ ଚର୍ଚ୍ଚା ଜୋର ଧରିଛି l ଅନ୍ୟ ଦିଗକୁ ଦେଖିବାକୁ ଗଲେ ଯେ ହେତୁ ପ୍ରଦୀପ ବର୍ତମାନ ଦୋଛକି ରେ ତେଣୁ ଆଶାବି କରା ଯାଇ ପାରେ ସେ କଂଗ୍ରେସ ରେ ଯୋଗ ଦେଇ କଂଗ୍ରେସ ଦଳ ପାଇଁ ଆସେଟ ହୋଇ ପାରନ୍ତି l ବିଜେଡି ଦଳ ଘଡିକି ଘୋଡା ଛୁଟୁଛି ତେଣୁ ନିର୍ବାଚନ ପାଇଁ ଅନେକ ସମୟ ଵି ବାକି ଅଛି ତେଣୁ ହୁଏତ ପୁଣି ପ୍ରଦୀପ ଘର ବାହୁଡା଼ ନ କରି ପାରନ୍ତି କିଏ କହିବ..? ଯାହାକି କେବଳ ସମୟକୁ ଅପେକ୍ଷା ମାତ୍ର

nis-ad
Leave A Reply

Your email address will not be published.