ଶିକ୍ଷା ର ଅବ୍ୟବସ୍ଥା ଘେରରେ କୁଆଁରମୁଣ୍ଡା ବ୍ଲକ : ନିଘୋଡ଼ ନିଦରେ ବ୍ଲକ ଶିକ୍ଷା ଅଧିକାରୀ…!


କୁଆଁରମୁଣ୍ଡା – ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ କୁଆଁରମୁଣ୍ଡା ବ୍ଲକ ପରିଚିତ। ବ୍ଲକ ଠାରୁ ଅନତି ଦୂରରେ ଅନେକ ଗ୍ରାମ ପଞ୍ଚାୟତ ରହିଛି। ଏଠାକାର ଅଧିବାସୀ ମାନେ ସାଧାରଣତ ଚାଷ ଓ କୁଲି ମଜୁରୀ କରି ଜୀବନ ଯାପନ କରିଥାନ୍ତି। ସେମାନଙ୍କ ପିଲାମାନଙ୍କ ପାଇଁ ସରକାର ଦୃଷ୍ଟି ରେ ରଖି ଗାଁ ଗାଁ ରେ ପ୍ରାଥମିକ ବିଦ୍ୟାଳୟ ଖୋଲିଛନ୍ତି। ରାଜ୍ଯ ସରକାରଙ୍କ ଫାଇଭ ଟି ଜରୀଆରେ ବିଦ୍ୟାଳୟ ଗୁଡିକର ବିକାଶ କରିବା ପରିପେକ୍ଷି ରେ ମାଗଣା ବହି ଖାତା, ପୋଷାକ
ସହ ଛାତ୍ର ଛାତ୍ରୀଙ୍କ ପାଇଁ ମଧ୍ଯାନ୍ନ ଭୋଜନ ସହ ସବୁପ୍ରକାର ବ୍ୟବସ୍ତା କରାଯାଇଛି l କିନ୍ତ ପରିତାପର ବିଷୟ ଯେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମାନେ ଠିକ ଭାବେ ବିଦ୍ୟାଳୟକୁ ଆସୁନଥିବା ଦେଖିବାକୁ ମିଳୁଛି ଯାହାକୁ ନେଇ ଅନେକ ଅଭିଯୋଗ ଵି ହେଉଛି ଯାହାକି ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବାଧାପ୍ରାପ୍ତ ଘଟୁଛି । ଏ ବିଷୟରେ ବହୁ ବାର ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ। ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି ଶୁଣିବାକୁ ମିଳୁଛି କିଛି ଶିକ୍ଷକ ମାସିକ ବଟି ଦେଇ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଖୁସି କରାଇ ଏହିପରି ମନମାନି କରୁଛନ୍ତି, ସମୟରେ ସ୍କୁଲ ନପହଞ୍ଚିବା, ଛୁଟି ନ ନେଇ ରହିଯିବା ଵି ଦେଖିବାକୁ ମିଳୁଛି ଏଭଳି ସରକାରୀ ଅନୁଦାନ କୁ ମଧ୍ୟ ବାଟମାରଣା ହେଉଥିବା ମଧ୍ୟ ଅଭିଯୋଗ ହେଉଛି ଳ ବ୍ଲକ ଶିକ୍ଷା ଅଧିକାରୀ ସବୁ ଜାଣି ସୁଦ୍ଧା ଧୃତରାଷ୍ଟ ସାଜି ନିଜ ପକେଟ ଗରମ କରି ଚୁପ ବସି ଛନ୍ତି l ଯଦି ଏପରି ଚାଲେ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯିବ। ସରକାର ଯେଉଁ ଭାବନା ନେଇ ପିଲାମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିଛନ୍ତି ଏହି ଭଳି ଅସାଧୁ ଶିକ୍ଷକ ମାନଙ୍କ ପାଇଁ ଶିକ୍ଷା ବ୍ୟବସ୍ତା ଭୁଶୁଡି ବାକୁ ବସିଲାଣି l ସରକାର ଯେଉଁ ସ୍ୱପ୍ନ ଦେଖିଛନ୍ତି ପିଲାମାନେ ନିଜ ଭବିଷ୍ୟତ ନିଜେ ଗଢିବେ ତାହା ଭାବନାରେ ରହିଯିବ । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି, କାରଣ ଶିକ୍ଷକ ମାନଙ୍କ ବିରୋଧ ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ କହି ଲାଭ ନୁହେଁ କଥାରେ ଅଛି ” ତୁ ଗୁହାରି କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ ” ତେଣୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଏହା କୁ ନେଇ ତଦନ୍ତ ଆବଶ୍ୟକତା ରହଛି। ନଚେତ ଶିକ୍ଷାର ମାନ ନିମ୍ନ ଗାମୀ ହେବା ସହିତ କୋମଳ ମତି ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହୋଇ ଯିବ…

nis-ad
Leave A Reply

Your email address will not be published.