ଶାନ୍ତି କୁଞ୍ଜ ଠାରେ ଚତୁର୍ଥ ଦିନରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ …

ବ୍ରହ୍ମପୁର : ଆଜି ଅଖିଳ ଗାୟତ୍ରୀ ପରିବାରର ନିଳାଦ୍ରୀ ବିହାର ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ଆନୁକୂଲ୍ୟରେ ନବଚେତନା ଶାନ୍ତି କୁଞ୍ଜ ମାଧ୍ୟମରେ ଚତୁର୍ଥ ଦିନରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଦିକ୍ଷା ସଂସ୍କାର ସହ ୮୦ରୁ ଉର୍ଦ୍ଧ ବ୍ୟକ୍ତି ଦିକ୍ଷା ଗ୍ରହଣ କରିଥିଲେ। ଆଜିର ଦିନରେ ବାହାଘର ହୋଇଥିବା ଦମ୍ପତି ମାନଙ୍କୁ ଶୁଭକାମନା ଜଣାଇବା ସହ ଆଶିର୍ବାଦ କରିଥିଲେ। ଆଜି ମଧ୍ୟ ବିଦ୍ୟାରମ୍ଭ ସଂସ୍କାର, ନାମକରଣ ସଂସ୍କାର , ଆତ୍ମ କଲ୍ୟାଣ, ପରିବାର କଲ୍ୟାଣ ସର୍ବୋପରି ରାଷ୍ଟ୍ର କଲ୍ୟାଣ ଓ ବିଶ୍ୱ କଲ୍ୟାଣରେ ମହାଯଜ୍ଞ ଅନୁଷ୍ଠିତ ହୋଇ ପୂର୍ଣ୍ଣାହୁତି ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ହରିଦ୍ବାରରୁ ଆସିଥୂବା ନିତ୍ୟାନନ୍ଦ ଦାସ ଏବଂ ତାଙ୍କ ସହଯୋଗୀ ବୃନ୍ଦ, ଗାୟତ୍ରୀ ଶକ୍ତି ପୀଠର ମୁଖ୍ୟ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଦାସଙ୍କ,  ତତ୍ବାବଧାନରେ ଆରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଆର୍ ମୁରଳି ମୋହନ, ଆର୍ ପାବନୀ ସହ ଡଃ ଶୁଶିଲ କୁମାର ପଟ୍ଟନାୟକ, ଜୟ କିଶୋର ପଣ୍ଡା,ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେନ୍ଦ୍ର ନାଥ ବେହେରା ସୁଧିର କୁମାର ସାବତ, ସବିତା ସାହୁକାର, ଅଶୋକ ଜେନା, ରଜନୀ ମହାପାତ୍ର, ଶାନ୍ତିଲତା ପାଢି, ଭଗବାନ ସାହୁ, ଟୁଟୁ ସାହୁ, କୃଷ୍ଣ ସାହୁ, ଆଶାଳତା ସାହୁ, ଗାୟତ୍ରୀ ପାଢି, ଏଲ୍ ନାଗେଶ୍ଵର,କେ ଗୋବିନ୍ଦ ଚନ୍ଦ୍ର ପାତ୍ରଙ୍କ ସମେତ ବହୁ ଗାୟତ୍ରୀ ପରିବାରର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ଅଞ୍ଚଳ ବାସୀ ବାହାରକୁ ଆସିଥିବା ବହୁ ଭକ୍ତ ମାନେ ଯୋଗଦେଇ ପ୍ରସାଦ ସେବନ କରିଥିଲେ

nis-ad
Leave A Reply

Your email address will not be published.