ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘର ବାର୍ଷିକ ଅଧିବେଶନ…


ସୁନ୍ଦରଗଡ଼ : ସୁନ୍ଦରଗଡ଼ ରେଭେନ୍ୟୁ କଲୋନୀସ୍ଥିତ ସଂଘ କାର୍ଯ୍ୟାଳୟରେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଂଘର ୨୯ତମ ବାର୍ଷିକ ଅଧିବେଶନ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଦୁର୍ଗାମାଧବ ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଝାରସୁଗୁଡ଼ା ବରିଷ୍ଠ ନାଗରିକ ସଂଘର ସଭାପତି ଟହଲି ସାହୁ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ବରିଷ୍ଠ ନାଗରିକ ଜନସଂଖ୍ୟାର ଦଶ ଭାଗ ଲୋକ ସମାଜରେ ରହୁଥିବା ବେଳେ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହୋଇ ରାଜ୍ୟ ସରକାର ବସ୍ ରେ ଓ କେନ୍ଦ୍ର ସରକାର ଟ୍ରେନ୍ ରେ ସ୍ଥାନ ସଂରକ୍ଷିତ କରିବା ଓ ଟିକେଟ ଦରରେ ରିହାତି ପ୍ରଦାନ କରିବା ପାଇଁ ଦାବୀ କରିଥିଲେ। ସେହିଭଳି କେନ୍ଦ୍ର ଓ ରାଜ୍ୟ ସରକାର ଠିକ୍ ସମୟରେ ମହଙ୍ଗା ଭତ୍ତା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ନବାଗତ ସଦସ୍ୟ

ଗୋବିନ୍ଦ ସୁଆରଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ନିମନ୍ତ୍ରିତ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି ବାର୍ଷିକ ଅଧିବେଶନକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକାରୀ ସଦସ୍ୟ ଚିରବ୍ରତ୍ତ ଦତ୍ତଙ୍କ ଦ୍ଵାରା ଅତିଥି ପରିଚୟ କରାଯାଇଥିବା ବେଳେ ଜିବେଶ୍ୱରୀ ପଟେଲ ଓ ସୁଷମା ପଟେଲ ସଭା ସଞ୍ଚାଳନ କରିଥିଲେ।ସମ୍ମାନୀତ ଅତିଥି ଭାବରେ ସୁନ୍ଦରଗଡ଼ ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ମୁଖ୍ୟ ପରିଚାଳକ ସଞ୍ଜୟ କୁମାର ସାମଲ ଯୋଗ ଦେଇ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ବ୍ୟାଙ୍କ୍ ସମସ୍ତ ପ୍ରକାର ସହଜ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବିଗତ ବର୍ଷରେ ଦିବଂଗତ ହୋଇ ଯାଇଥିବା ଚାରି ଜଣ ସଭ୍ୟଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସଂଘର ବରିଷ୍ଠ ସଦସ୍ୟ ଜଗବନ୍ଧୁ ରାଉତଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ସଂଘର ସଂପାଦକ ରାଜକିଶୋର ମହାରଣା ବାର୍ଷିକ ବିବରଣୀ ପାଠ କରି ଆଗାମୀ ଦିନରେ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଜିର ଅଧିବେଶନରେ ଶତାଧିକ ସଦସ୍ୟସଦସ୍ୟା ଯୋଗ ଦେଇଥିଲେ।ଶେଷରେ ସଂଘର ଉପସଭାପତି ଗୁଣନିଧି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବିଶ୍ଵରଞ୍ଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.