ଭୁବନେଶ୍ବର: ଅଲ୍ ଓଡ଼ିଶା GPLF ମିଶନଶକ୍ତି କର୍ମୀ ସାମୁଖ୍ୟ ପକ୍ଷରୁ ବିକ୍ଷୋଭ । ୧୦ ଦଫା ଦାବିରେ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ସମାବେଶ କରାଯାଇଛି। ରାଜ୍ୟ ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଅର୍ଥନୈତିକ କ୍ଷେତ୍ରରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସମୟରେ ମହିଳା ଏସଏଚଜିଙ୍କୁ ସହାୟତା ଯୋଗାଇ ଦିଆଯାଉଛି ।
ମହିଳାମାନଙ୍କୁ ସାମାଜିକ, ମାନସିକ ଓ ଅର୍ଥନୈତିକ କ୍ଷେତ୍ରରେ ଆଗକୁ ନେବାରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ବହୁ ଗୁୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହୋଇଛି। ଏହାସହ କମ୍ୟୁନିଟି ଷ୍ଟାଫ୍ଙ୍କ ପାରିଶ୍ରମିକ ଓ ଗସ୍ତ ଖର୍ଚ୍ଚ ବୃଦ୍ଧି କରାଯାଇ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରିବା, ମିଶନଶକ୍ତିରେ ଘୋଷଣା କରାଯାଇଥିବା ଆଇକାର୍ଡ ଶୀଘ୍ର ପ୍ରଦାନ ସମେତ ୧୦ଟି ଦାବି କରିଛନ୍ତି ।