କଟକ: ଭଣ୍ଡ ବାବା ଗିରଫ । ବଡ଼ ଧରଣର ଆର୍ଥିକ ଠକେଇର ଶିକାର ହେଲେ କଟକର ନିଃସନ୍ତାନ ଦମ୍ପତି । କଟକ ବାଦାମବାଡ଼ି ଥାନାରେ ଏତଲା । ୩ ଲକ୍ଷ ୯୦ ହଜାର ଟଙ୍କାର ଠକେଇ ନେଇ ଅଭିଯୋଗ । ଏହି ଘଟଣାରେ ଯାଜପୁର ଜିଲ୍ଲାର ସିଦ୍ଧେଶ୍ୱର ସାମନ୍ତରାୟ ଗିରଫ । ଅଭିଯୁକ୍ତ ନାଁରେ ଏକାଧିକ ଥାନାରେ ରହିଛି ମାମଲା ।
ବିଭିନ୍ନ ରୋଗ ଭଲ କରିବାକୁ କହି ମଧ୍ୟ ଠକୁଥିଲା ଅଭିଯୁକ୍ତ । ଏପରି ଭଣ୍ଡ ବାବାଙ୍କ ହାବୁଡ଼ରେ ନ ପଡ଼ିବାକୁ ଅପିଲ କଲେ ଅଭିଯୋଗକାରୀ । ମେଡ଼ିକାଲ ସାଇନ୍ସ ଉପରେ ଭରସା ରଖିବାକୁ କହିଛନ୍ତି ।