କୋଟି କୋଟି ଟଙ୍କାର ରାଜସ୍ବ ହାନି
ମାଲକାନଗିରି : ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲା ଖଣିଖଦାନରେ ଭରପୂର ଥିବା ସମୟରେ କିଛି ବର୍ଷ ହେବ ସୀମାନ୍ତ ମୋଟୁଠାରେ ତେଲେଙ୍ଗାନା କୁ ଯୋଗାଯୋଗ ପାଇଁ ବ୍ରିଜ ତିଆରି ପରଠାରୁ ବିଭିନ୍ନ ମୂଲ୍ୟବାନ ଜିନିଷ ଚୋରା ଚାଲାଣ ହେଇଥିବା ଦୃଷ୍ଟିଗୋଚର ହେଉଛି । ଏଠାରେ ଖଣି ମାଫିଆ ଓ ବଡବଡିଆଙ୍କ ସଲାସୂତରାରେ କୋଟି କୋଟି ଟଙ୍କାର ମୂଲ୍ୟବାନ ଖଣିଜ ଦ୍ରବ୍ଯ ପୋଡ଼ଶୀ,ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବାର ଅଭିଯୋଗ ହୋଇଛି l ସରକାରଙ୍କ ନିୟମ ପ୍ରକାରେ ସ୍ପେସିଫାଈଡ଼ ମିନେରାଲ ଏବଂ ମେଜର ମିନେରାଲଖଣି ଓଡ଼ିଶାର ଇସ୍ପାତ ଓ ଖଣି ବିଭାଗ ଦ୍ଵାରା ପରିଚାଳିତ ହେଉଥାଏ l ରାଜସ୍ବ ବିଭାଗ ଓ ବିପର୍ଜ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗତ ତାରିଖ-୬-୧-୨୦୨୩ରେ ହୋଇଥିବା ପତ୍ର ଅନୁଯାୟୀ ଲଘୁ ଖଣିଜ ଦ୍ରବ୍ଯ ଉତ୍ସ ଗୁଡ଼ିକ ମଧ୍ୟ ଇସ୍ପାତ ଏବଂ ଖଣି ବିଭାଗକୁ ହସ୍ତାନ୍ତର କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏଠାରେ ଦର୍ଶେଇବା ପାଇଁ ଚାହୁଁଛୁ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସ୍ଥିତ ଟିଗଲ, କୁନାନପଲ୍ଲୀ, ଉରବେଲ୍ଲୀ ଓ କଟନପଲ୍ଲୀରେ ଧଳା ଇସ୍ପlତପଥର ଓ ଖଣି ବିଭାଗ ଦ୍ଵାରା ସର୍ଭେ କରାଯାଇଥିଲା । ଏହି ଉତ୍ସକୁ ସରକାରୀ ଭାବେ ଘୋଷଣା କରାଯିବାକୁ ପ୍ରକ୍ରିୟା ଚାଲୁଥିବା ସମୟରେ ଟିଗଲ ଅଞ୍ଚଳରେ ଏହି ମୂଲ୍ୟବାନ ଧଳା ପଥର ବର୍ତ୍ତମାନ ଚୋରା ଚାଲାଣ ହୋଇଯାଇଥିବା ବେଳେ, କଟନପଲ୍ଲୀ ଓ କୁନାନପଲ୍ଲୀ ଅଞ୍ଚଳରେ ଦିନ ଦ୍ବୀପହରେ ବେଆଇନ ଭାବେ ଖଣି ଖନନ କରି ଏହାର ଚୋରା ଚାଲାଣ କରାଯାଉଛି l ଏହା ଏମ.ଭି-୭୯ ଦେଇ ମୋଟୁ ସୀମା ପାର ହୋଇ ଆନ୍ଧ୍ରପ୍ରଦେଶକୁ ଯାଉଥିବ ବେଳେ ଏହା କେମିତି ପୋଲିସ କିମ୍ବା ଜିଲ୍ଲା ପ୍ରଶାସନ ନଜରକୁ ଅସୁନି ଏହା ସାଧାରଣ ଏକ ସନ୍ଦେହ ସୃଷ୍ଟି କରିଛି l ୨୦୨୦-୨୦୨୧ ମସିହାରେ କୁନାନପଲ୍ଲୀ ସ୍ଥିତ ବେଆଇନ ଭାବେ ଧଳା ପଥର ଖୋଳା ଯାଉଥିବା ଶୁଣି ଏହାକୁ ବାଜ୍ୟପ୍ତି କରାଯାଇ ଡ଼ି.ଡି ମାଇନ୍ସ କୋରାପୁଟ ପତ୍ର ସଂଖ୍ୟ-୧୪୭୭ /ତାରିଖ-୨୧-୧୨-୨୦୨୨ ପ୍ରକାରେ ଏମ.ଏସ ଟ୍ରାଇଡ ଟ୍ରିବୁନାଲ ଆକ୍ଟ ପ୍ରାଇଭେଟ ସର୍ବହଲ ଝାରସୁଗୁଡାକୁ ୪୫୦ ମିଟରର ପର୍ଯ୍ୟନ୍ତ ବାଜ୍ୟାପ୍ତ ପଥର ନେବାପାଇଁ ଅନୁମତି ଦିଆଯାଇଥିଲା l ବାସ୍ତବପକ୍ଷେ ଉକ୍ତ ଅନୁମତି ପ୍ରାପ୍ତ ସଂସ୍ଥା ବାଜ୍ୟାପ୍ତ ପଥର ଗୁଡ଼ିକୁ ନେବା ସଙ୍ଗେ ସଙ୍ଗେ ଖାଦାନରୁ ଖନନ କରି ଭଲ ମୂଲ୍ୟବାନ ପଥର ଗୁଡ଼ିକୁ ମଧ୍ୟ ବେଆଇନ ଭାବେ ଚାଲାଣ କରୁଥିବା ଅଭିଯୋଗ ହୋଇଛି l କୁନନପାଲ୍ଲୀ ସ୍ଥିତ ପଥର ଖାଦାନର କିସମ କେନାଲ ଆଡି ଅଟେ l ଯଦି ଇସ୍ପାତ ଏବଂ ଖଣି ବିଭାଗ ଏହାକୁ ନିଲାମ କରିବାକୁ ଚାହାନ୍ତି, ତେବେ କିସମ ପରିବର୍ତ୍ତନ କରାଯାଇ ଅବାଧ ଅଯୋଗ୍ୟ ଖାତା କିମ୍ବା ଅବାଧ ଯୋଗ୍ୟ ଖାତାକୁ ନେଇ ନିଲାମ ପ୍ରକ୍ରିୟା କରାଯିବା କଥା । ଏହାସହ ଏହି କିସମ ପରିବର୍ତ୍ତନ ପାଈଁ ରାଜସ୍ବ ବିଭାଗ ଏହାର କ୍ଷମତା ପ୍ରାପ୍ତ ପ୍ରଦାନ କରିଥାନ୍ତା l କିନ୍ତୁ ଏହିପରି ନହୋଇ ବର୍ତ୍ତମାନ ଚୋରାରେ ଏହି ମୂଲ୍ୟବାନ ପଥର ନିଆଯାଉଛି । ଏହିପରି ଚାଲିଲେ ଏବଂ ପ୍ରଶାସନ ଏହା ଉପରେ ଦୃଷ୍ଟି ନଦେଲ, ତେବେ ଆଗକୁ ଏହି ସ୍ଥାନ ଯେଉଁ ବ୍ୟକ୍ତି କିମ୍ବା କମ୍ପାନୀ ନିଲାମ ନେବେ, ସେମାନେ ସେଠାରୁ କୌଣସି ପଥର ପାଇବେ ନାହିଁ ଏବଂ ସରକାର ଏଥିରୁ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେବେ ବୋଲି ସାଧାରଣରେ ଚର୍ଚା ହେଉଛି l ଯଦି କୌଣସି କମ୍ପାନୀ ଏହାର ଟେଣ୍ଡର ପାଇଛି କଣ ପାଇଁ ରାତି ଅଧରେ ଧଳା ପଥରକୁ ଚାଲାଣ ହେଉଛି ବୋଲି ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ତେବେ ଏନେଇ ସ୍ଥାନୀୟ ପ୍ରଶାସନ ରାଜସ୍ୱ ବିଭାଗ ପକ୍ଷରୁ କାର୍ଯ୍ୟନୁଷ୍ଠାନ ସ୍ୱରୂପ ଏକ ରିପୋର୍ଟ ପ୍ରସ୍ତୁତ କରି ଉପରିସ୍ଥ ଅଧିକାରୀ ଓ ସମ୍ପୃକ୍ତ ବିଭାଗକୁ ପଥ ଯାଇଥିବା ସୂଚନା ମିଳିଛି ।