ଫେବ୍ରୁଆରି ୨୬ରେ ହାଜର ପାଇଁ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନୋଟିସ୍ ପଠାଇଛି । ପଚରା ଉଚୁରା ପାଇଁ ଫେବ୍ରୁଆରି ୨୬ରେ ହାଜର ହେବାକୁ କୁହାଯାଇଛି ।
ତଦନ୍ତକାରୀ ସଂସ୍ଥା ମନୀଷ ସିସୋଦିଆଙ୍କୁ ଫେବ୍ରୁଆରି ୧୯ରେ ପଚରାଉଚରା ପାଇଁ ସମନ କରିଥିଲେ ମଧ୍ୟ ସେ ହାଜର ହେବା ପାଇଁ ଏକ ସପ୍ତାହ ସମୟ ମାଗିଥିଲେ । ଏହାକୁ ଗ୍ରହଣ କରି ସିବିଆଇ ସିସୋଦିଆଙ୍କୁ ଏକ ସପ୍ତାହ ସମୟ ଦେଇଛି ।
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗତ ରବିବାର (ଫେବ୍ରୁଆରି ୧୯) ପଚରାଉଚରା ପାଇଁ ସମନ କରାଯାଇଥିଲା, କିନ୍ତୁ ସେ ଦିଲ୍ଲୀ ବଜେଟକୁ ଦର୍ଶାଇ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ହାଜର ନ ହେବା ପାଇଁ ସିବିଆଇକୁ ସମୟ ମାଗିଥିଲେ । ସିସୋଦିଆ ଦିଲ୍ଲୀର ଅର୍ଥମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି ।
ମନୀଷ ସିସୋଦିଆ ରବିବାରଦିନ କହିଥିଲେ ଯେ “ଗତକାଲି ମୋତେ ସିବିଆଇର ନୋଟିସ୍ ମିଳିଥିଲା, ବର୍ତ୍ତମାନ ମୁଁ ଦିଲ୍ଲୀର ବଜେଟ୍ ପ୍ରସ୍ତୁତ କରିବା ପାଇଁ ଦିନରାତି କାମ କରୁଛି। ଦିଲ୍ଲୀ ବଜେଟ କାମରେ ଯେପରି ବିଳମ୍ବ ନହୁଏ ସେଥିପାଇଁ ପ୍ରତ୍ୟେକ ଦିନ ଗୁରୁତ୍ୱପୂର୍ଣ୍ଣ । ମୁଁ ପ୍ରଶ୍ନକୁ ଏଡ଼ାଉନାହିଁ, ମୁଁ କେବଳ କହୁଛି ବଜେଟ୍ କାମ ବିଳମ୍ବିତ ହେବ। ମୁଁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ସମୟ ମାଗିଛି ।“

nis-ad
Leave A Reply

Your email address will not be published.