କୋହଲା ଲଗାଇ ଜାଗର ପାଳିଲେ ଦାସୁଡୁ ସତ୍ୟମ…

ଛତ୍ରପୁର : ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା କଳାକେନ୍ଦ୍ର ଛତ୍ରପୁରର ଘଡଘଡ଼ଘଡାପଲ୍ଲୀର ଏକ ଆଧ୍ୟାତ୍ମିକ ସଂସ୍ଥା ପକ୍ଷରୁ କୋହଲା ପ୍ରଦୀପ ଶିଖାଜାଳି ପ୍ରଭୁଙ୍କ ନାମ ଗାନକରି ଜାଗର ପାଳିଛନ୍ତି । ମଲ୍ଲିକେଶ୍ବର ମନ୍ଦିରରୁ ଶ୍ରୀ ନୃସିଂହ ଠାକୁରଙ୍କ କୋହଲା ଜାଳି ଏକ ଶୋଭାଯାତ୍ରାରେ ବାହାରି ନଗରପରିଭ୍ରମଣ ସହ ହରିନାମ ଗାନ କରି ଜାଗର ପାଳିବା ଏକ ନିଆରା ପରମ୍ପରା ହୋଇଛି । ଏହା ପ୍ରତିବର୍ଷ ଏହି ପରମ୍ପରା ବଜାୟ ରଖିଆସିଛନ୍ତି, ବୋଲି ଦାସୁଡୁ ଗୁରୁ ସତ୍ୟମ କହିଛନ୍ତି ।
ଲୋକଙ୍କୁ ଭକ୍ତିବାଦର ପ୍ରଚାରସ୍ୱରୂପ ରାତି ତମାମ ଦାସୁଡୁ ଗୁରୁ ସତ୍ୟମ ଙ୍କ ନେତ୍ତୃତ୍ୱରେ ଦାସୁଡୁଦଳ ସମସ୍ତ ଛତ୍ରପୁରର ଶୈବାଳୟ, ଦେବାଳୟର ପ୍ରାସାଦ,ବେଢ଼ାପରିକ୍ରମା କରିବାପୂର୍ବକ ନାମସଂକୀର୍ତ୍ତନ କରି ଜାଗରମେଳା କୁ ଉତ୍ସବମୁଖର କରି ଗଢ଼ିଥିଲେ । ଛତ୍ରପୁର ସହରର ବିଶ୍ୱେଶ୍ବର ମନ୍ଦିର, ନୃସିଂହନାଥ ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର, ଚନ୍ଦ୍ରଶେଖର ମନ୍ଦିର, ଗୌରୀଶଙ୍କର ମନ୍ଦିର, ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିର ଆଦି ଅନେକ ମନ୍ଦିର ବେଢ଼ାପରିକ୍ରମା ଏବଂ ମନ୍ଦିର ପରିକ୍ରମଣ କରି ହରିନାମରେ ଝାଞ୍ଜ-ତାଳ ବଜାଇ ହିନ୍ଦୁଧର୍ମର ଲୋକଙ୍କୁ ଭକ୍ତିବାଦର ଜାଗୃତି ଆଣିଛନ୍ତି । ହରିନାମ ଓ ଶ୍ରୀନୃସିଂହ ଠାକୁରଙ୍କ ପ୍ରଚାର ସ୍ୱରୂପ ନିଷ୍ଠାପର ଭାବେ ଶିବ ଭଗବାନଙ୍କ ଜାଗର ପାଳିବା ଏକ ଅନନ୍ୟ ନିଆରା ପରମ୍ପରା ହୋଇଛି ।

nis-ad
Leave A Reply

Your email address will not be published.