ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ ତମ ଜନ୍ମ ମହୋତ୍ସବ

ଉମରକୋଟ, : ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୫ ତମ ଜନ୍ମ ମହୋତ୍ସବ ସତସଙ୍ଗ ବିହାର ଡାବୁଗାଁ ରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ନବରଙ୍ଗପୁରର ସମସ୍ତ ଗୁରୁଭାଇ, ଏବଂ ମାଆମାନେ ଯୋଗ ଦେଇଥିଲେ | ଏଥିରେ ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ, ନବରଙ୍ଗପୁରର ପ୍ରାୟ ପନ୍ଦରଶହ ଗୁରୁଭାଇ, ଏବଂ ଭକ୍ତ ଉପସ୍ଥିତ ଥିଲେ | ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଭଞ୍ଜନଗରରୁ ଶ୍ରୀ ଧ୍ରୁବଚରଣ ମହାରଣା, ସହପ୍ରତି ଋତ୍ତିକ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁରଙ୍କ ଜୀବନ ଆଦର୍ଶ ଓ ବାଣୀ ଉପରେ ଆଲୋଚନା କରି ଥିଲେ | ନବରଙ୍ଗପୁର ସହପ୍ରତି ଋତ୍ତିକ ଡ଼:ଜଗତ ବନ୍ଧୁ ସାହୁ ପୌରହିତ୍ୟ କରିଥିଲେ | ତତ ସହିତ ସହପ୍ରତି ଋତ୍ତିକ ଡ଼:ଅଶୋକ ତ୍ରିପାଠୀ,ଶ୍ରୀ ପ୍ରଦୀପ ଦାଶ,ଶ୍ରୀ ଧ୍ରୁବ ଚରଣ ମହାରଣା, ଯୋଗଦାନ କରି ସମସ୍ତଙ୍କ ଭିତରେ ଭାଇଚାରା ସୃଷ୍ଟି କରିବାରେ ସହଯୋଗ କରିଥିଲେ | ଡାବୁଗାଁ ସତସଙ୍ଗ ବିହାର, ସଭାପତି ଶ୍ରୀ ଅଜୟ ବଲ୍ଲଭ ପଣ୍ଡା, ଏବଂ ସଂପାଦକ ଶ୍ରୀ ଭଗବାନ ହୋତା ସର୍ବାଙ୍ଗୀନ ସୁନ୍ଦର ଭାବରେ ଉତ୍ସବ ପରିଚାଳନା କରିଥିଲେ, ଶ୍ରୀ ଗୋପୀନାଥ ବେହେରା ଶ୍ରୀ ଶ୍ରୀ ଠାକୁରଙ୍କ ରଥ ସଜ୍ଜା ଏବଂ ନଗର ପରିକ୍ରମାରେ ସହଯୋଗ କରିଥିଲେ | ଶେଷର ସହପ୍ରତି ଋତ୍ତିକ ଶ୍ରୀ କମଳା କାନ୍ତ ସାହୁ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ଧନ୍ୟବାଦ ଜଣାଇଥିଲେ |

nis-ad
Leave A Reply

Your email address will not be published.