ନଦୀରେ ବୁଡି ଯୁବତୀଙ୍କ ମୃତ୍ୟୁ…

କାମାକ୍ଷାନଗର: ରାମିଆଳ ନଦୀରେ ବୁଡି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତା ଯୁବତୀ ହେଲେ କାମାକ୍ଷାନଗର ଥାନା ଜଗନ୍ନାଥପୁର ଗ୍ରାମର ବିରଞ୍ଚି ରାଉତଙ୍କ ଝିଅ ଟିକିନା ରାଉତ । ସୂଚନା ମୁତାବକ ଗତକାଲି ଶୁକ୍ରବାର ଅପରାହ୍ନରେ ଟିକିନା ଏକାକି ଗ୍ରାମ ନିକଟସ୍ଥ ରାମିଆଳ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ ।

ଟିକିନାଙ୍କର ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଗାଧୁଆତୁଠ ନିକଟରେ ଖୋଜାଖୋଜି କରି ଟିକିନାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କାମାକ୍ଷାନଗର ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।

nis-ad
Leave A Reply

Your email address will not be published.