ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା, ୩ ମୃତ

ଅନୁଗୁଳ: ଜାଗର ଦେଖି ଫେରିବା ବେଳେ ଦୁର୍ଘଟଣା, ଚାଲିଗଲା ୩ ଜୀବନ। ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ବନ୍ତଳା ଥାନା ଶଙ୍ଖପୁର ନିକଟରେ ଅଟୋକୁ ଧକ୍କା ଦେଲା ହାଇୱା। ଜାଗର ଯାତ୍ରା ଦେଖି ଅଟୋରେ ୪ ଜଣ କୁଲାସିଂହାରୁ ରାଇଗୁଡ଼ା ଫେରିଲାବେଳେ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ତେବେ ଅଟୋରେ ଥିବା ୪ ବର୍ଷର ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଟୋକୁ ହାଇୱା ଧକ୍କା ଦେବା ପରେ ଫେରାର ହୋଇଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.