ଭୁବନେଶ୍ବର କିସ୍‌ ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କଲେ ବଲିଉଡ୍‌ ସିଙ୍ଗର ହନି ସିଂ…

ଭୁବନେଶ୍ବର: ପବିତ୍ର ଶିବରାତ୍ରିରେ କିସ୍‌ ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଦର୍ଶନ କଲେ ବଲିଉଡ୍‌ ସିଙ୍ଗର ହନି ସିଂ । ଓଡ଼ିଶାରେ ନିଜର କାର୍ଯ୍ୟକ୍ରମ ପାଇଁ ଆସିଥିବା ବେଳେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଶିବ ରାତ୍ରି ଅବସରରେ ସେ ମହାପ୍ରଭୁ ଶିବଙ୍କୁ ୧୦୧୦ ପଦ୍ମ ଫୁଲ ଚଢାଇ ଥିଲେ ।

ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ପ୍ରଭୁ ଶିବଙ୍କୁ ଦେଖିବା ପାଇଁ ମୋର ବହୁତ ଇଚ୍ଛା ଥିଲା, ଆଜି ତାହା ପୂରଣ ହେଲା । ମୋ ଦର୍ଶନ ପାଇଁ ଏତେ ସୁନ୍ଦର ବ୍ୟବସ୍ତା କରିଥିବାରୁ ଡ଼କ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ୍‌ ଜଣାଇଥିଲେ । କିଟ୍‌ ଓ କିସ୍‌ ପକ୍ଷରୁ ଡ଼. ଅଚ୍ୟୁତ ସାମନ୍ତ ହନି ସିଂଙ୍କୁ ସମ୍ବର୍ଦ୍ଧନା କରିଥିଲେ।

nis-ad
Leave A Reply

Your email address will not be published.