ରାଜଧାନୀ ହାଇଟେକ ଛକରୁ ୭୦ କେଜି ଗଞ୍ଜେଇ ଜବତ…

ଭୁବନେଶ୍ବର:  ରାଜଧାନୀ ହାଇ ଟେକ ଛକରୁ ଜବତ ହେଲା ୭୦ କେଜି ଗଞ୍ଜେଇ। ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ମଞ୍ଚେଶ୍ବର ଥାନ ଓ କ୍ରାଇମ ୟୁନିଟ। କନ୍ଧମାଳ ରୁ ଭୁବନେଶ୍ୱର ଦେଇ ପାଣି କୋଇଲି ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା।  ୪ଟି ମୋବାଇଲ, ଗୋଟିଏ କାର ଓ ନଗଦ ୨୩୦୦ ଟଙ୍କା ଜବତ କରାଯାଇଛି।

ରାକେଟରେ ମାଷ୍ଟର ମାଇଣ୍ଡ ଥିଲେ ମହିଳା । ଗଞ୍ଜେଇ ବେପାର କରିବା  ପାଇଁ ମହିଳା ଜଣକ କାର କିଣିଥିଲେ।  ରାକେଟର ଅନ୍ୟତମ ଅଭିଯୁକ୍ତ କୁନା ପୂର୍ବରୁ ତମାଣ୍ଡ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିଲା।

nis-ad
Leave A Reply

Your email address will not be published.