କେନ୍ଦୁଝର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ…

ଆନନ୍ଦପୁର: ଆନନ୍ଦପୁର ଗ୍ରସ୍ତରେ ମୁଖ୍ୟ ଶାସନ ସଚିବ। ପ୍ରଥମେ ସଚିବଙ୍କୁ ଆନନ୍ଦପୁର ଜଙ୍ଗଲ ବିଭାଗ ଡାକ ବଙ୍ଗଳା ରେ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଆନନ୍ଦପୁର ଉପଜିଲ୍ଲାପାଳ, ଡି ଏଫ୍ଓଙ୍କ ସମେତ ଅନ୍ୟ ଅଧିକାରୀ ମାନେ ସ୍ୱାଗତ କରିଥିଲେ। ଜାତୀୟ ରାଜପଥ ୨୦ ବେଲବାହାଳି କୁଶେଇ ସେତୁ ପରିଦର୍ଶନ କରିବା ପରେ ଆନନ୍ଦପୁର ଵ୍ୟାରେଜ୍ ପରିଦର୍ଶନ କରିବା ସହିତ ପ୍ରକଳ୍ପର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଜୁନ ମାସ ସୁଦ୍ଧା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟଶାସନ ସଚିବ।

ଆନନ୍ଦପୁର ଠାରେ ୬୦୦ କୋଟି ଟଙ୍କା ବ୍ୟୟ ବରାଦ ରେ ଆରମ୍ଭ ହେବାକୁ ଯାଉଛି ଉଠା ଜଳସେଚନ ପ୍ରକଳ୍ପ ଯାହା ଦ୍ୱାରା ଆନନ୍ଦପୁର ଉପଖଣ୍ଡ ର୫୦ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ। କେନାଲ ଜରିଆ ରେ ଜୁଲାଇ ମାସ ପରେ ୬ହଜାର ହେକ୍ଟର କୁ ଜଳ ଯୋଗା ଯିବ। ସମସ୍ତ ପ୍ରକଳ୍ପ ଶେଷ ହେବା ପରେ କେନ୍ଦୁଝର ଜିଲ୍ଲାର ୮୦-୯୦ ହଜାର ହେକ୍ଟର ଜମି ନୂତନ ଭାବେ ଜଳସେଚିତ ହେବ। ଆନନ୍ଦପୁର ର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ପରେ ମୟୂରଭଞ୍ଜ ର ଦେଓ ପ୍ରକଳ୍ପ ପରିଦର୍ଶନ କରିବେ ମୁଖ୍ୟ ଶାସନ ସଚିବ।

nis-ad
Leave A Reply

Your email address will not be published.