ନୂଆଦିଲ୍ଲୀ: ଉପରାଜ୍ୟପାଳ (ଲେଫ୍ଟଲାଣ୍ଟ ଗଭର୍ଣ୍ଣର)ଙ୍କ ଦ୍ୱାରା ନିଯୁକ୍ତ ଦିଲ୍ଲୀ ପୌର ସଂସ୍ଥାର ସଦସ୍ୟମାନେ ମେୟର ଚୟନ ପାଇଁ ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ ବୋଲି ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟ ଆଜି (ଶୁକ୍ରବାର) ରାୟ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଥିଲା ଯେ ଭାରତୀୟ ଜନତା ପାର୍ଟି (ବିଜେପି) ଜଣେ ବିଜେପି ନେତାଙ୍କୁ ମେୟର ପଦରେ ନିର୍ବାଚିତ କରି ପୌର ସଂସ୍ଥାକୁ ଦଖଲ କରିବାକୁ ଚେଷ୍ଟା କରୁଛି। ଡିସେମ୍ବରରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନରେ ଆପ୍ ବିଜେପି ତୁଳନାରେ ବହୁତ ଅଧିକ ଆସନ ଜିତିଥିଲା।
ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଦ୍ୱାରା ନିଯୁକ୍ତ କାଉନସିଲ ସଦସ୍ୟ (ଆଲଡରମେନ୍)ମାନେ ମେୟର ଚୟନ ପାଇଁ ହେଉଥିବା ନିର୍ବାଚନରେ ଭୋଟ୍ ଦେବାକୁ ଚେଷ୍ଟା କରିଥିଲେ, ଯାହାକୁ ଆପ୍ ବିରୋଧ କରିଥିଲା ଏବଂ ଏହାକୁ ନେଇ ଗୃହରେ ବିଶୃଙ୍ଖଳା ଦେଖାଦେଇଥିଲା। ଶେଷରେ ମେୟର ଚୟନ ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇଥିଲା।
ଏସଂପର୍କରେ ସୁପ୍ରମ୍କୋର୍ଟରେ ଆଗତ ଏକ ମାମଲାର ଶୁଣାଣି କରି ଉପରାଜ୍ୟପାଳ (ଲେଫ୍ଟଲାଣ୍ଟ ଗଭର୍ଣ୍ଣର)ଙ୍କ ଦ୍ୱାରା ନିଯୁକ୍ତ ଦିଲ୍ଲୀ ପୌର ସଂସ୍ଥାର ସଦସ୍ୟମାନେ ମେୟର ଚୟନ ପାଇଁ ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ ବୋଲି ରାୟ ଦେଇଛନ୍ତି। ଏଥିସହ ମେୟର ନିର୍ବାଚିତ ହେବା ପରେ ହିଁ ଡେପୁଟି ମେୟର ଚୟନ ପାଇଁ ନିର୍ବାଚନ ହୋଇପାରିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମ୍କୋର୍ଟ କହିଛନ୍ତି, ମେୟର ନିର୍ବାଚିତ ହେବା ପରେ (ପରବର୍ତ୍ତୀ ନିର୍ବାଚନ ପାଇଁ) ବୈଠକ ପରିଚାଳନା କରିବେ ବୋଲି ଗୁରୁତ୍ୱ ଦେବାକୁ ପଡ଼ିବ। ପ୍ରଥମେ ମେୟର ନିର୍ବାଚନ ହେବା ଦରକାର। ଏହାପରେ ମେୟର ଉପ-ନିର୍ବାଚନ ପାଇଁ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.