ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ପକ୍ଷରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।ସ୍ୱାଭିମାନ ଅଞ୍ଚଳର ଜନ୍ତାପାଇ ଗ୍ରାମ ପଞ୍ଚାୟତର ଡଲିଆମ୍ବ ଠାରେ ଜନ୍ତାପାଈ ସ୍ଥିତ ୧୭୭ ବାଟାଲିୟନ ବିଏସଏଫ ପକ୍ଷରୁ ଜନସମ୍ପର୍କ ଶିବିର ର ଆୟୋଜନ କରାଯାଇଥିଲା।ଏହି ଜନସମ୍ପର୍କ ଶିବିରରେ ଜନ୍ତାପାଇ,ଡଲିଆମ୍ବ,ନଭଗୁଡ଼ା,ସୁଙ୍ଗାବରମ୍,ଭିମ୍ମାବରମ୍ ଓ ତାର ଆଖ ପାଖ ଅଞ୍ଚଳବାସୀ ଯୋଗଦେଇଥିଲେ। ବିଏସଏଫ ୧୭୭ ବାଟାଲିୟନ କମାଣ୍ଡlଣ୍ଟ ଶ୍ରୀ କମଳ ଖୁଲ୍ଭା, ଟୁ ଆଇ ସି ଶ୍ରୀ ହାୱା ସିଂହ ୟାଦବ,ମେଡିକାଲ ଅଫିସର ଶ୍ରୀ ଅରୁଣ କୁମାର,ଇନ୍ସପେକ୍ଟର ରାକେଶ କୁମାର ମିଶ୍ର, ଯୋଗେଶ କେଆର ଉପସ୍ଥିତିରେ ଏହି ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା। ଜନ୍ତାପାଇ ଓ ତାର ଆଖ ପାଖ ଅଞ୍ଚଳର ୫୦୦ ରୁ ଅଧିକ ଲୋକ ଏହି ଜନସମ୍ପର୍କ ଶିବିରରେ ଯୋଗ ଦେଇଥିଲେ ।ବିଏସଏଫ ତରଫରୁ ବିଭିନ୍ନ ପ୍ରକାରର ଖେଲ ସାମଗ୍ରୀ ଭଲିବଲ ସେଟ, ପାଣି ବୋଟଲ, ଛତା, ଫିଲଟର, ପାଠ୍ୟ ଉପକରଣ, କପଡ଼ା ଓ ଘରେ ବ୍ୟବହୃତ ସାମଗ୍ରୀ ବିଭିନ୍ନ ପ୍ରକାରର ସାମଗ୍ରୀ ପ୍ରଦାନ କରାଯାଇଥିଲା l ବିଏସଏଫ ମେଡିକାଲ ଟିମ ପକ୍ଷରୁ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରାଯାଇଥିଲା।କିଛି ବର୍ଷ ହେଲା ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଏସଏଫ ପକ୍ଷରୁ ବର୍ଷ କୁ ଥରେ ସିଭିଲ ଆକସନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଗ୍ରାମର ଅଧିବାସୀ ଙ୍କୁ ନେଇ ଏଇଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି।ଏହିପରି କାର୍ଯ୍ୟକ୍ରମ ସ୍ୱାଭିମାନ ଅଞ୍ଚଳରେ ଅନୁଷ୍ଠିତ ହେଉଥିବାରୁ ବିଏସଏଫ ଆହୁରି ଅଧିକ ଲୋକଙ୍କ ନିକଟତର ହୋଇପାରୁଛି।
Sign in
Sign in
Recover your password.
A password will be e-mailed to you.