ଟିକିରି : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବିଜେଡି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କେନ୍ଦ୍ର ସରକାରଙ୍କ ଓଡିଶା ପ୍ରତି ଭୌମତୃକ ମନୋଭାବ ନେଇ ବର୍ଷିଛନ୍ତି ବିଜେଡି କର୍ମୀ । ଏହି ଅବସରରେ ବିଜେଡି କର୍ମୀମାନେ ପୂବ ପ୍ରସ୍ତୁତି ଅନୁଯାଇ ଆଇଫାଡ ଛକ ନିକଟରେ ଏକତ୍ରିତ ହେବା ପରେ ଏକ ବିରାଟ ରାଲିରେ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସି କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ।ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ କାଶୀପୁର ବିଡିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ କାଶୀପୁର କ ଜୋନ୍ ଜିଲ୍ଲାପରିସଦ ଅମି ମାଝୀ,ଚନ୍ଦ୍ର ଗିରି ସରପଞ୍ଚ ଅନନ୍ତ ମାଝୀ,ସମିତି ପ୍ରକାଶ ମାଝୀ, ତଳଝୀରି ସରପଞ୍ଚ ସିତାରାମ ମାଝୀ,କାଶୀପୁର ସରପଞ୍ଚ ଚମ୍ପା ମାଝୀ,ଏସଡିସି ମେମ୍ବର ଡମ୍ବରୁ ମାଝୀ,ଯୁବ ବିଜେଡି ସଭାପତି ଜିତେନ୍ଦ୍ର ପାଢୀ,ଜିଲ୍ଲାଯୁବ ବିଜେଡି ସମ୍ପାଦକ ବୈକୁଣ୍ଠ ନାଏକ, ସୀତାରାମ ସାହୁ,କୈଳାସ ନାଏକ,ସୁନିଲ ପାଳଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟାଙ୍କ ସହ ବିପୁଳ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।(ରାୟଗଡ଼ା ଜିଲ୍ଲା କାଶିପୁରବ୍ଲକ୍ ରୁ ହୃଷିକେଶ ସାହୁ ଙ୍କ ରିର୍ପୋଟ )
Sign in
Sign in
Recover your password.
A password will be e-mailed to you.
Prev Post