ଛତ୍ରପୁର : ତେଜିଛି ଚାଉଳ ରାଜନୀତି। କେନ୍ଦ୍ର ସରକାରଙ୍କ ଚାଉଳ, ଶୋଷଣ ଓ ନୀତି ବିରୋଧ ରେ ଆନ୍ଦୋଳନ ଡ଼ାକରା ଦେଇଛି ବିଜେଡି। କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ) ବନ୍ଦ ପ୍ରସଙ୍ଗକୁ ନେଇ ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଛି। କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ଧାନ କ୍ରୟ ବାବଦରେ ୨୦ ହଜାର କୋଟି ଟଙ୍କା ହ୍ରାସ କରିଛନ୍ତି। ଏହାସହିତ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ହ୍ରାସ କରିଛି। ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ ଚାଉଳ ସଂଗ୍ରହ ହେଉଥିଲା ବେଳେ ଏବେ ତାହା ୪ ଲକ୍ଷ ମେଟ୍ରିକ୍ ଟନକୁ ହ୍ରାସ କରାଯାଇଛି। ଫଳରେ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ। ଏହାସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ବାଇ) ବନ୍ଦ ହେବା ଫଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ସମସ୍ତ ପରିବାରର ମୁଣ୍ଡ ପିଛା ୫ କିଲୋଗ୍ରାମ ଚାଉଳ ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ଓ ଗରିବଙ୍କ ପେଟକୁ ନାତ ମାରିବା ନୀତି ବିରୋଧରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି। ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ନିର୍ବାଚନମଣ୍ଡଳୀ ର ବିଜେଡି ପକ୍ଷରୁ ଛତ୍ରପୁର ବ୍ଲକ ଏବଂ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ଏକ ବିଶାଳ ଗଣଧାରଣା ଓ ପ୍ରତିବାଦ ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ଏନଏସି ବିଜେଡି ସଭାପତି ବି. ରାଜୁବାବୁ, ଯୁବ ବିଜେଡି ଜିଲ୍ଲା ସଭାପତି ଭବାନୀ କାନ୍ତ ସାହୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଜିଲ୍ଲା ପରିଷଦ ସଭ୍ୟ ଏମ ଧନଞ୍ଜୟ ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, କାଉନସିଲର ଦେବାଶିଷ ମିଶ୍ର, ସନ୍ତୋଷୀ ସେଠି, ପ୍ରୀତିଛନ୍ଦା ସାମଲ, ମାମା ସେଠି, କେ. ରମେଶ, ଡି. ଇନ୍ଦୁ ଓ ଏମ ୱାଣୀ ସେନାପତି,ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ଯୁବ ନେତା କାହ୍ନୁ ଚରଣ ବେହେରା, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା,ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ ଓ କିଶୋର ଚନ୍ଦ୍ର ସେନାପତି, ପୋଟଲାମପୁର ସମିତି ସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ,ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, ଓକିଲ ସିମାଞ୍ଚଳ ମହାପାତ୍ର, ଜିଲ୍ଲା ନେତା ରବୀନ୍ଦ୍ର ନାଥ ପଣ୍ଡାଙ୍କ ସମେତ ବହୁ ଛାତ୍ର, ଯୁବ, ମହିଳା ଏବଂ ଦଳୀୟ ନେତା ଓ କର୍ମୀ ମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଥିଲେ। ବହୁ ବିଜେଡି କର୍ମୀ ଓ ସମର୍ଥକ ଏହି ଗଣଧାରଣା ଓ ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିଲେ।