ଛତ୍ରପୁର : ସ୍ଥାନୀୟ ଗଣେଶ ବିଦ୍ୟାପୀଠ ଠାରେ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଆୟୋଜିତ ଛତ୍ରପୁର ବ୍ଲକ୍ ସ୍ତରୀୟ ସାମର୍ଥ୍ୟ ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି l ଏହା ଗତ 14 ତାରିଖ ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଇଓ ସୀତାରାମ ପାତ୍ର, ଏବିଇଓ ଘନଶ୍ୟାମ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜଳନ କରି ଉଦଘାଟନ କରିଥିଲେ l ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ୩ ଦିନ ଧରି ତାଲିମ ନେଇଥିଲେ l ଜିଲ୍ଲା ସ୍ତରୀୟ ବରିଷ୍ଠ ଆରିପି କୃଷ୍ଣଚନ୍ଦ୍ର ଦାଶ, ବିଷ୍ଣୁ ନାରାୟଣ ପଣ୍ଡା, ପ୍ରଭାଞ୍ଜନ ଶତପଥୀ ଓ ଅଶ୍ବିନୀ ପାଇକ ରାୟ ଅତି ସୁନ୍ଦର ଭାବେ ଅନ୍ତର୍ନେବେଶି ଶିକ୍ଷା ଓ ଏହାର ଉପକାରିତା ଓ ବିଦ୍ୟାଳୟ ସ୍ତରରେ ପ୍ରୟାଗ ଉପରେ ଅତି ସୁନ୍ଦର ଭାବେ ବୁଝାଇଥିଲେ l ବ୍ଲକ୍ ସ୍ତରୀୟ ସମ୍ବଳ ଶିକ୍ଷକ ଅଶ୍ବିନୀ ପାଇକ ରାୟ ଓ ଦୀପାଞ୍ଜଳୀ ମହାନ୍ତି ସହଯୋଗ କରିଥିଲେ l ସାମର୍ଥ୍ୟ ତାଲିମ ର ଶେଷ ଦିନ ରେ ଜିଲ୍ଲା ସଂଯୋଜକ ଶ୍ରୀ ତପନ କୁମାର ସାହୁ ଯୋଗ ଦେଇ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ମିଳୁଥିବା ସମସ୍ତ ସୁବିଧା ଉପରେ ଆଲୋକପାତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.