ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ସୁନ୍ଦରଗଡ଼ ବିଜେପିର ଗଣ ବିକ୍ଷୋଭ…


ସୁନ୍ଦରଗଡ଼ -୧୫/୦୨/୨୩ ବିଜେପି ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ସୁନ୍ଦରଗଡ଼ ସ୍ଥିତ ବିବେକାନନ୍ଦ ଛକ ଠାରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ଭିକ୍ଷୋଭ ଏବଂ ସିବିଆଇ ତଦନ୍ତ ଦାବି କରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।


ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର, ସଦର ସୁନ୍ଦରଗଡ଼ ବ୍ଲକ ଉପାଧ୍ୟକ୍ଷା ଚନ୍ଦ୍ରମା ମେହେର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନରସିଂହ ମିଞ୍ଜ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦେହୁରୀ,ବିଶିକେଶନ ସା,ଜିଲ୍ଲା ସଂପାଦକ ଆଶିଷ ପଟେଲ,ଜିଲ୍ଲା କୋଷାଧ୍ୟକ୍ଷ ଦିନେଶ କର, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ପଟେଲ,ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ରୂପେଶ ପଟେଲ,ଜିଲ୍ଲା ସାଧାରଣ ସମ୍ପାଦକ ଯଶବନ୍ତ ନାଏକ, ଅମୀର ନାଏକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶାନ୍ତି ସରାଫ, ଯୁବ ମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ, ଏସସି ମୋର୍ଚ୍ଚା ସଭାପତି ସିମେଶ୍ୱର ଲରିଆ, କୃଷକ ମୋର୍ଚ୍ଚା ସଭାପତି ରବିଚନ୍ଦ୍ର ପଟେଲ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଜୁନାସ ଲୁଗୁନ,ଜିଲ୍ଲା ସ୍ୱଚ୍ଛ ଭାରତ ସଂଯୋଜକ ସୁରେନ୍ଦ୍ର ସ୍ଵର୍ଣ୍ଣକାର, ବିଜେପି ର ବରିଷ୍ଠ ନେତା ଶଶୀଶେଖର ନାଏକ,ମହାରାଜ ମାଝୀ,ରମେଶ ହାଜରା, ବାସୁଦେବ ସାହୁ, ବୁଧୁରାମ ଓରାମ,ସସିମ ପଟେଲ, ଧ୍ରୁବ କାଲୋ ,ସୁନ୍ଦରଗଡ଼ ନଗର ମଣ୍ଡଳ ସଭାପତି ଅଶୋକ ସାହୁ ସମେତ ଶତାଧିକ ଜିଲ୍ଲା କମିଟି,ମଣ୍ଡଳ କମିଟି, ଜିଲ୍ଲା ମହିଳା ମୋର୍ଚ୍ଚା, ଜିଲ୍ଲା ଯୁବ ମୋର୍ଚ୍ଚାର ପଦାଧିକାରୀ, କାର୍ଯ୍ୟକର୍ତ୍ତା ଏବଂ ସୁନ୍ଦରଗଡ଼, ରାଜଗାଙ୍ଗପୁର ପୋୖରାଞ୍ଚଳର କାଉନସିଲର, ରାଜଗାଙ୍ଗପୁର, ତଳସରା,ସଦର ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ୨୦ ଗୋଟି ମଣ୍ଡଳର ମଣ୍ଡଳ ସଭାପତି, ମଣ୍ଡଳ କାର୍ଯ୍ୟକାରୀ ସଭାପତି, ମଣ୍ଡଳ ସାଧାରଣ ସଂପାଦକ,ନିର୍ବାଚିତ ବିଜେପି ସମର୍ଥିତ ସରପଂଚ, ସମିତି ସଭ୍ୟ,ବିଜେପି ସମର୍ଥକ ପ୍ରମୁଖ ସାମିଲ ହୋଇଥିଲେ ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.