ଫିନାଇଲ ପିଇଲେ ଆବାସିକ ଛାତ୍ରୀ…

ଚିତ୍ରକୋଣ୍ଡା: ଫିନାଇଲ ପିଇ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି ହେଲେ ଚିତ୍ରକୋଣ୍ଡା ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀ ସୁଜାତା ଖରା | ଛାତ୍ରୀ ସୁଜାତାର ପେଟ ବ୍ୟଥା ଯୋଗୁଁ ବାପାଙ୍କ ସହ ଘରକୁ ଯିବାପାଇଁ ବିଦ୍ୟାଳୟ କତୃପକ୍ଷ ଙ୍କୁ ଅନୁମତି ମାଗିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଘରକୁ ଯିବାକୁ ଅନୁମତି ପ୍ରଦାନ କରିଥିବା ବେଳେ ଛାତ୍ରୀଙ୍କର ଆଗକୁ କମ ଦିନ ମଧ୍ୟରେ ବାର୍ଷିକ ପରୀକ୍ଷା ଥିବାରୁ ପରୀକ୍ଷାକୁ ଆଖି ଆଗରେ ରଖି ବିଦ୍ୟାଳୟର ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଛାତ୍ରୀଙ୍କ ବାପାଙ୍କ ସହ ଯିବାକୁ ଦେଇ ନଥିଲେ ମନାକରିଦେଇଥିଲେ । ବାପାଙ୍କୁ ମନା କରି ଦୁର୍ବ୍ୟବହାର ସହ ଗାଳି ଗୁଲଜ କରିଥିବା ଅଭିଭାବକ ଓ ସୁଜାତା କହିଥିବା ସହ ସୁଜାତା ସହ୍ୟ କରି ନପାରି ଫିନାଏଲ ପିଇ ଜଣାଇଥିବା ପ୍ରକାଶ କରିଛନ୍ତି । ଛାତ୍ରୀ ଫିନାଇଲ ପିଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଏବଂ ମାଟ୍ରନ ଗଲା କାଲି ରାତିରେ ତୁରନ୍ତ ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲ ରେ ଆଣି ଚିକିତ୍ସା କରାଇଛନ୍ତି । ଛାତ୍ରୀ ଓ ଛାତ୍ରୀ ବାପା କହିବା ଅନୁଯାୟୀ ବିଦ୍ୟାଳୟର ମାଟ୍ରନ ଦେଶିଆ କହି ବାପା ଓ ଝିଅଙ୍କୁ ଜାତି ଆକ୍ଷେପ କରିଥିଲେ। ଯଦ୍ବାରା ଝିଅଟି ବାପାଙ୍କ ଦୁର୍ବ୍ୟବହାରରେ ମର୍ମାହତ ହୋଇ ଫିନାଇଲ ପିଇଦେଇଥିଵା କହିଥିଲେ, ଉକ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପରଖିବା ପାଇଁ ମେଡିକାଲ ଯାଇ ଦେଖିଥିଲେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ,ଛାତ୍ରୀଙ୍କୁ ଉତ୍ତମ ଚିକିତ୍ସା ନିମନ୍ତେ ଡାକ୍ତର ଙ୍କୁ କହିଥିଲେ l ଚିତ୍ରକୋଣ୍ଡାର ଡାକ୍ତର ଜ୍ୟୋତି ପ୍ରକାଶଙ୍କ କହିବା ଅନୁସାରେ କାଲି ରାତିରେ ଛାତ୍ରୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିଲା କିନ୍ତୁ ବର୍ତ୍ତମାନ ସ୍ୱାସ୍ଥ୍ୟ ଭଲ ଥିବା ପ୍ରକାଶ କରିଛନ୍ତି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଛାତ୍ରୀର ଆଗକୁ ପରୀକ୍ଷାଙ୍କୁ ନେଇ ମାଟ୍ରନ ଘରକୁ ଯିବାକୁ ବାରଣ କରିଥିଲେ ଯାହାକୁ ନେଇ ଛାତ୍ରୀ ଅଳ୍ପ ଫିନାଇଲ ପିଇଥିବା କହିଥିଲା ତାକୁ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଚିକିତ୍ସା କରାଇଥିଲୁ ବର୍ତ୍ତମାନ ଭଲ ଥିବା ପ୍ରକାଶ କରିଛନ୍ତି l

nis-ad
Leave A Reply

Your email address will not be published.