ଶ୍ରଦ୍ଧାଙ୍କ ହତ୍ୟାକାରୀ ଆଫତାବ ଜେଲରେ ପଢ଼ିବେ ପାଠ; କୋର୍ଟଙ୍କୁ ମାଗିଲେ ପେନସିଲ, ନୋଟବୁକ୍

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ତିହାର ଜେଲରେ ଥିବା ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା କୋର୍ଟରୁ ତାଙ୍କ ଶିକ୍ଷା ପ୍ରମାଣପତ୍ର ପାଇବାକୁ ଦାବି କରି ସାକେତ କୋର୍ଟରେ ପ୍ୟାନ ଆବେଦନ କରିଛନ୍ତି। ଏହା ସହିତ ଆଫତାବ ଉଚ୍ଚଶିକ୍ଷା ପାଇଁ କୋର୍ଟରେ ଆବେଦନ କରିଛନ୍ତି ଯେ ତାଙ୍କୁ ପେନସିଲ, ଖାଲି ନୋଟବୁକ୍ ମଧ୍ୟ ଦିଆଯାଉ। ବର୍ତ୍ତମାନ ଆଫତାବ ପୁନାୱାଲାର ସମସ୍ତ ଦଲିଲ ଦିଲ୍ଲୀ ପୁଲିସ ପାଖରେ ରହିଛି।
ଆଫତାବଙ୍କ ଓକିଲ ଏମଏସ ଖାନଙ୍କ ତରଫରୁ ସାକେତ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନରେ ଶିକ୍ଷା ପ୍ରମାଣପତ୍ର ଓ ଆନୁଷଙ୍ଗିକ ପୁସ୍ତକ ଦିଆଯିବାକୁ ଅନୁରୋଧ କରିଛନ୍ତି। ଏହା ସହିତ ଦିଲ୍ଲୀ ପୁଲିସ ଦ୍ୱାରା ଦାଖଲ ହୋଇଥିବା ଚାର୍ଜସିଟର ଏକ ସଫ୍ଟ କପି ମଧ୍ୟ ଆଫାତାବକୁ ଦିଆଯାଇଛି। ଆବେଦନରେ ଓକିଲ କହିଛନ୍ତି ଯେ, ତାଙ୍କୁ ଦିଆଯାଇଥିବା ଚାର୍ଜସିଟ୍ ସଠିକ୍ ଢଙ୍ଗରେ ହେବା ଉଚିତ୍। ଏହା ସହିତ ପେନ୍, ପେନସିଲ, ନୋଟବୁକ୍ ଦିଆଯିବା ଉଚିତ୍ ଯାହାଫଳରେ ଆଫତାବ ତାଙ୍କ ନୋଟ୍ କରିପାରିବେ ।
ଏହାପୂର୍ବରୁ ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୁଲିସ ଜାନୁଆରୀ ୨୪ରେ ୬୬୨୯ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ​​ଯେଉଁଥିରେ ହତ୍ୟା ସହ ଜଡିତ ସମସ୍ତ ଦିଗ ଅନ୍ତର୍ଭୁକ୍ତ ଥିଲା। ପୁଲିସ ୧୦୦ ଜଣ ସାକ୍ଷୀଙ୍କ ତାଲିକା ମଧ୍ୟ ଦାଖଲ କରିଛି। ପୁଲିସ କହିଛି ଯେ, ପଚରାଉଚରା ବେଳେ ଆଫତାବ ଶ୍ରଦ୍ଧାଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିଛି। ଏହା ମଧ୍ୟ କୁହାଯାଇଛି ଯେ ହତ୍ୟାକାଣ୍ଡର କାରଣ ଛୋଟ ଛୋଟ ଜିନିଷକୁ ନେଇ ବିବାଦ ଥିଲା। ହତ୍ୟା ଦିନ ଅର୍ଥାତ ୧୮ ମେ ୨୦୨୨ରେ ମୁମ୍ବାଇ ଯିବାକୁ ଉଭୟଙ୍କର ଯୋଜନା ଥିଲା, କିନ୍ତୁ ହଠାତ୍ ଆଫତାବ ଟିକେଟ୍ ବାତିଲ କରିଦେଇଥିଲେ ଏବଂ ଏହା ପରେ ଉଭୟଙ୍କ ଖର୍ଚ୍ଚକୁ ନେଇ ଝଗଡା ହୋଇଥିଲା। ଏହା ପରେ ଆଫତାବ ଶ୍ରଦ୍ଧାଙ୍କ ଉପରେ ବସି ତାଙ୍କୁ ଗଳା ଚିପି ହତ୍ୟା କରିଥିଲା।

ସ୍ମରଣଯୋଗ୍ୟ, ଦକ୍ଷିଣ ଦିଲ୍ଲୀ ମେହରୌଲି ଅଞ୍ଚଳରେ ୨୮ ବର୍ଷିୟ ଅଫ୍‌ତାବ୍‌ ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରି ତାଙ୍କ ଶବକୁ ହାଣି ୩୫ ଖଣ୍ଡ କରି ନିଜ ବାସଭବନରେ ଥିବା ଗୋଟାଏ ୩୦୦ ଲିଟର୍‌ବିଶିଷ୍ଟ ଫ୍ରିଜ୍‌ରେ ପ୍ରାୟ ୩ ସପ୍ତାହ ଗଚ୍ଛିତ ରଖି ପ୍ରତି ଦିନ ସେଥିରୁ ଖଣ୍ଡେ ଲେଖାଏଁ ନେଇ ଦିଲ୍ଲୀର ବିଭିନ୍ନ ଜାଗାରେ ଫିଙ୍ଗୁଥିଲେ।

nis-ad
Leave A Reply

Your email address will not be published.