ଔରାଙ୍ଗାବାଦରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ଫିଙ୍ଗାଗଲା ଚେୟାର

ପାଟନା: ନୀତୀଶ କୁମାରଙ୍କୁ ଚେୟାର ମାଡ। ଉଦଘାଟନୀ ଉତ୍ସବରେ ଘଟିଲା ଏଭଳି ଘଟଣା। ବିହାରର ଔରାଙ୍ଗାବାଦରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରକୁ ଚେୟାର ଫିଙ୍ଗାଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପଞ୍ଚାୟତ ସରକାରୀ ଭବନ ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀ କଞ୍ଚନପୁରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସମାଧାନ ଯାତ୍ରା ସମୟରେ ଏହି ଘଟଣା ଘଟିଥିଲା। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଆଘାତ ଲାଗିନଥିବା କୁହାଯାଉଛି। ସେ ସମ୍ପୂର୍ଣ୍ଣ ଠିକ ଅଛନ୍ତି।
କୁହାଯାଉଛି ଯେ ସୁରକ୍ଷା କର୍ମୀମାନେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଅଟକାଇବା ପରେ ଗ୍ରାମବାସୀ କ୍ରୋଧିତ ହୋଇ ଚେୟାର ଭାଙ୍ଗିଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କ ସମ୍ମୁଖରେ ପଡିଥିବା ଏକ ଭଙ୍ଗା ଚେୟାର ମୁଖ୍ୟମନ୍ତ୍ରୀଙ୍କ ଆଡକୁ ଫିଙ୍ଗିଥିଲେ। ଚେୟାରଟି ଆସି ମୁଖ୍ୟମନ୍ତ୍ରୀଙ୍କ ଆଗରେ ପଡ଼ିବା ପରେ ସୁରକ୍ଷାକର୍ମୀ ଚେୟାରକୁ ଆଗରୁ ହଟାଇଥିଲେ। ଏହି ଘଟଣା ପରେ ସୁରକ୍ଷା କର୍ମୀମାନେ ଏବେ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.