ହିଞ୍ଜିଳିକାଟୁ (୧୨ା୨) : ଚୋରି ବାଇକକୁ ରାତି ଅଧରେ କାଟି ଖଣ୍ଡଖଣ୍ଡ କରି ସ୍କ୍ରାପ ବେପାର କରୁଥିବା ଅଭିଯୋଗରେ ସୂଚନା ପାଇଁ ଶନିବାର ରାତିରେ ହିଞ୍ଜିଳି ପୋଲିସ ଶ୍ୟାମଳାଇ ଛକରେ ଥିବା ଏକ ବେଆଇନ ସ୍କ୍ରାପ ଦୋକାନରେ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି । ଗିରଫ ଜଣକ ହେଲେ ସ୍କ୍ରାପ ଦୋକନ ମାଲିକ ସନାତନ ପଣ୍ଡା । ଗିରଫ ଅଭିଯୁକ୍ତଙ୍କ ସହ ଅନ୍ୟ ୨ଭାଗୁଆଳୀ ଏହି ବେଆଇନ ବେପାରରେ ସଂଶ୍ଳିଷ୍ଟ ଥିବା ପୋଲିସ ସୂତ୍ରରୁ ପ୍ରକାଶ । ଏହି ଦଳର ସଦସ୍ୟ ନିକଟବର୍ତୀ ଅଂଚଳରୁ ବାଇକ, ପାଣିପମ୍ପ, ବିଦ୍ୟୁତ ତାର ଇତ୍ୟାଦି ଚୋରାଇ ନେଇ ସ୍କ୍ରାପ ଦୋକାନରେ ଗ୍ୟାସ କଟରରେ ଏଗୁଡ଼ିକୁ ଛୋଟ ଛୋଟ ଅଂଶ କରି ବିକ୍ରୀ କରୁଥିଲେ । ଅନ୍ୟ ୨ଭାଗୁଆଳୀ ଗିରଫ ଭୟରେ ଫେରାର ଅଛନ୍ତି । ସ୍କ୍ରାପ ଦୋକାନରୁ ପୋଲିସ ୪ଚକିଆ ଗାଡ଼ି ଲୁହା ଡ଼୍ରମ ୪ଟି , ଆଲୁମିନିୟମ ତାର, ଜିଆଇ ତାର, ଗ୍ୟାସ କଟର, ଗ୍ୟାସ ହାଣ୍ଡି ଓ ଖଣ୍ଡ ବାଇକର ଯନ୍ତ୍ରାଂଶ ଇତ୍ୟାଦିକୁ ପୋଲିସ ଜବତ କରିଛି । ଥାନାରେ ନଂ -୯୧/୨୩ ମାମଲା ରୁଜୁ ହୋଇଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post