ମା’ରାମଚଣ୍ଡୀଙ୍କ ମନ୍ଦିର ଓ ବିଗ୍ରହଙ୍କ ନବକଳେବର ସମ୍ପନ୍ନ…

ଛତ୍ରପୁର : ପୂଣ୍ୟତ୍ତୋୟା ଋଷିକୂଲ୍ୟା-ତଟବର୍ତ୍ତୀ ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା’ରାମଚଣ୍ଡୀଙ୍କ ନୂତନମନ୍ଦିର,ପ୍ରାସାଦ ଏବଂ ପାର୍ଶ୍ଵ ଦେବାଦେବୀଙ୍କ ନୂତନ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା, ତ୍ରିଶକ୍ତି ସ୍ୱରୂପିଣୀ ଦେବୀରାମଚଣ୍ଡୀଙ୍କ ନବକଳେବର ସମ୍ପନ୍ନ ହୋଇଛି । ଏହି ଅବସରରେ ପବିତ୍ର ଯଜ୍ଞାନୁଷ୍ଠାନ ରବିବାର ସମାହିତ ହୋଇଛି । ପ୍ରତିଷ୍ଠା-ମହୋତ୍ସବର ୪ର୍ଥ ଦିବସ ଶନିବାର ସନ୍ଧ୍ୟାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ସତ୍ୟମ ଦାସୁଡୁ ସେବା ନୃତ୍ୟ କଳାକେନ୍ଦ୍ର ଛତ୍ରପୁର ର ସଂଗଠନ ପକ୍ଷରୁ ଦାସୁଡୁଙ୍କ ନୃତ୍ୟ ପରିବେଷଣ ଅନ୍ୟତମ ଆକର୍ଷଣ ହୋଇଛି । ଏହି ନିଆରା ଧର୍ମର ପରମ୍ପରା ଦାସୁଡୁ ସତ୍ୟମଙ୍କ ନୃତ୍ୟସଙ୍ଗୀତ ଭକ୍ତିଭାବାପନ୍ନରେ ସଭିଙ୍କୁ ଆବେଗର ସହ ବାନ୍ଧିଦେଇଥିଲା । ପାହାଡ଼ ତଳରୁ ଦେବୀଙ୍କ ଆସ୍ଥାନ ପାହାଡ଼ ଶୀର୍ଷସ୍ଥାନ ଯାଏଁ ଯାଇଥିବା ସଡ଼କପଥରେ ଦାସୁଡୁଙ୍କ କୋହଲା ନୃତ୍ୟ ପରିବେଷଣ ଅନ୍ୟତମ ନିଆରା ଧର୍ମୀପରି ପ୍ରତୀୟମାନ ହୋଇଥିଲା । ଶନିବାର ସନ୍ଧ୍ୟାରେ ମା’ରାମଚଣ୍ଡୀଙ୍କ ବିଜେପ୍ରତିମା / ଚଳନ୍ତି ଠାକୁରାଣୀଙ୍କୁ ଚିତାକର୍ଷକ ଦୋଳବିମାନ ସହ ବର୍ଣ୍ଣାଢ଼୍ୟପଟୁଆରରେ ନଗରପରିଭ୍ରମଣ ହୋଇଥିଲା । ଏହି ସମୟରେ ଦାସୁଡୁ ଙ୍କ କୋହଲା ନୃତ୍ୟ ଗୋଷ୍ଠୀର ସମକକ୍ଷ ଖୁବ ଆକର୍ଷଣୀୟ ହୋଇଥିଲା ।
ଶେଷ ଦିବସ ଶନିବାର ମଧ୍ୟରାତ୍ରିରେ ଲକ୍ଷାଧିକ ଲୋକଙ୍କ ଗହଳ ଚହଳ ଲାଗିରହିଥିବା ସାଂଗକୁ ଆନନ୍ଦର କୋଳାହଳ ହୁଳାହୁଳି ଧ୍ଵନିରେ ମୁଖରୀତ ହୋଇଉଠିଥିଲା । ନବାଦିନାତ୍ମକ ଏହି ଯଜ୍ଞାନୁଷ୍ଠାନରେ ଭକ୍ତିମୟ ପରିବେଶରେ ଗିରିବନ ଦୁଲକି ଉଠିଥିଲା ।।

nis-ad
Leave A Reply

Your email address will not be published.