ପଥର ବ୍ଲାଷ୍ଟିଙ୍ଗପାଇଁ ହୋଲ କରୁଥିବା ସମୟରେ ତଳେ ପଡ଼ି ଶ୍ରମିକ ମୃତ…

ଘଣ୍ଟ ଘୋଡାଉଛି ପୋଲିସ ! ଅପରାଧୀ କୁ ସାହାରା ଦେଉଛି ପ୍ରଶାସନ…!

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଘଟିଛି ଏକ ଅଭାବନୀୟ ଘଟଣା । ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଆନ୍ଧ୍ରପ୍ରଦେଶ ଅନନ୍ତପୁରମ ଜିଲ୍ଲାର ଗୋରେଣ୍ଟଲା ଥାନା ଅଧୀନ ବୁଡୁଲୋଲାପାଲି ଗ୍ରାମର ଏମ. ଲକ୍ଷ୍ମେୟାଙ୍କ ପୁଅ ଏମ୍.ଆଞ୍ଜି ବୟସ ୨୩ ଦୀର୍ଘ ଦିନ ହେଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ହନ୍ତାଳଗୁଡ଼ା ଠାରେ କାର୍ଯ୍ୟରତ କ୍ରସରରେ କର୍ମଚାରୀ ଭାବରେ କାମକରିଆସୁଥିଲା ଏମ. ଆଞ୍ଜି । ଦୁର୍ଘଟଣା ବଶତଃ ଗୁରୁବାର ଦିନ ସକାଳେ ପ୍ରତିଦିନ ଭଳି ଉପରକୁ ଚଢ଼ି ପଥର ବ୍ଲାଷ୍ଟ କରିଵା ନିମନ୍ତେ କିଛି ହୋଲ କରୁଥିବା ସମୟରେ ହଠାତ ଭରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ । ଉକ୍ତ ଖବର ଯୋଡ଼ାମ୍ବ ଥାନା ଅଧିକାରୀ ସଞ୍ଜୟ ପଡ଼ାସେଟି ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜ୍ଜୁ କରିବା ସହ ସ୍ଥାନୀୟ ଯୋଡ଼ାମ୍ବ ମେଡିକାଲକୁ ନେଇଥିଲେ । ସେଠି ଆଶୁ ଚିକିତ୍ସା କରାଯାଇଥିଲା କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଚିକିତ୍ସାଧୀନ ସମୟରେ ଯୁବକ ଜଣଙ୍କର ମୃତ୍ୟୁ ଘଟିଥିଲା l ଏ ନେଇ ଯୋଡ଼ାମ୍ବ ଥାନା କେସ ନମ୍ବର ୦୩/୨୦୨୩ ଆଧାରରେ ଏକ ମାମଲା ରୁଜୁ କରି ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ଏମ.ଆଞ୍ଜିଙ୍କ ଶବକୁ ନିଜ ସମ୍ପର୍କୀୟ ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏମ୍.ଆଞ୍ଜି ଯେହେତୁ ଯୁବକ ଅବସ୍ଥାରେ ହନ୍ତାଳଗୁଡ଼ା କ୍ରସରରେ କର୍ମଚାରୀ ଭାବରେ କାମ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ ଆଜି ହଠାତ ସେ ମୃତ୍ୟୁ ବରଣ କରିଥିବା ଘଟଣା ପରିବାରକୁ ମାନସିକ ଭାବେ ତଥା ଆର୍ଥିକ ଭାବରେ ବେଶ୍ କ୍ଷତି ପହଞ୍ଚାଇଛି । ଅନୌପଚାରିକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଇତି ମଧ୍ୟରେ ହାତବାରିସୀ କରି ନେଇଛନ୍ତି କ୍ରସର୍ ମାଲିକ । ଫଳତଃ ଏଯାବତ୍ ମୃତ ବ୍ୟକ୍ତିଙ୍କ କୌଣସି ଫୋଟୋ ମଧ୍ୟ ସାର୍ବଜନୀନ ହୋଇ ପାରିନାହିଁ । ତେଣେ ଜିଲ୍ଲା ସ୍ତରରେ ହାତଗଣତି କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଯୋଗସୂତ୍ର ରକ୍ଷା କରି କ୍ଷତି ପୂରଣ ସମେତ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ କରାୟତ କରିବାକୁ କ୍ରସର୍ ମାଲିକ ହୀନ ଉଦ୍ୟମ କରୁଥିବା ଶୁଣିବାକୁ ମିଳିଛି । ଦେଖିବାକୁ ବାକି ରହିଲା ମୃତକଙ୍କ ପରିବାର ବର୍ଗ କେବେ କ୍ଷତିପୂରଣ ପାଇବାରେ ସକ୍ଷମ ହେଉଛନ୍ତି ।

nis-ad
Leave A Reply

Your email address will not be published.