ହିମାଚଳରେ ଭୀଷଣ ତୁଷାରପାତ, ୧୭୬ ସଡ଼କ ବନ୍ଦ…

ସିମ୍‌ଳା: ହିମାଚଳ ପ୍ରଦେଶର କେତେକ ଅଞ୍ଚଳରେ ଗତ କିଛିଦିନ ଧରି ଭୀଷଣ ତୁଷାରପାତ ଜାରି ରହିଛି । ଫଳରେ ରାଜ୍ୟର ୪ଟି ଜାତୀୟ ରାଜପଥ ସହିତ ୧୭୬ ସଡ଼କରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୪୭୦ ବିଦ୍ୟୁତ୍ ଏବଂ ୧୦ ପାଣି ଯୋଗାଣ ପ୍ଲାଣ୍ଟ୍ ମଧ୍ୟ ବନ୍ଦ ହୋଇଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାପମାତ୍ରାରେ ହ୍ରାସ ଏବଂ ପାହାଡ଼ିଆ-ସମତଳ ଅର୍ଞ୍ଚଳର ଅଲଗା ଅଲଗା ସ୍ଥାନରେ ବତ୍ରପାତ ହେବାର ପାଣିପାଗବ ଭିଗା ପକ୍ଷରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

ସେପଟେ ଜମ୍ମୁ-କଶ୍ମୀରରେ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ କଶ୍ମୀର ଘାଟିକୁ ଦେଶର ବାକି ଅଞ୍ଚଳ ସହିତ ଯୋଡ଼ୁଥିବା ୨୭୦ କିମି ବିଶିଷ୍ଟ ଏକମାତ୍ର ଜାତୀୟ ରାଜପଥ ବ୍ଲକ୍ ହୋଇଯାଇଛି । ଫତର ଖସିବା ଫଳରେ ଏନ୍‌ଏଚ୍‌-୧ର ପନ୍ଥିୟାଲ୍ କେଫେଟେରିଆ ଛକ ଏବଂ ଦଲୱାସ ନିକଟରେ ୨୦୦ରୁ ଊର୍ଦ୍ଧ୍ୱ ଫସି ରହିଛନ୍ତି । ତେବେ ରାଜପଥ ସଫେଇ କାର୍ଯ୍ୟ ଜାରି ରହିଛି ।

nis-ad
Leave A Reply

Your email address will not be published.