ଆନ୍ତରାଜ୍ୟ ବସ ଟର୍ମିନସ୍ ନିର୍ମାଣ କାର୍ଯ୍ୟର ଯାଞ୍ଚ : ନଗର ଉନ୍ନୟନ ଓ ବିଡିଏ ଅଧିକାରୀଙ୍କର ସମୀକ୍ଷା…

ଭୁବନେଶ୍ୱର: ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥୀ ଭାଥନନଙ୍କ ସମେତ ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂହ ଓ ବିଡିଏର ଅନ୍ୟ ବରିଷ୍ଠ ଅଧିକାରୀ ବରମୁଣ୍ଡା ସ୍ଥିତ ଆଇଏସବିଟି ଆନ୍ତରାଜ୍ୟ ବସ ଟର୍ମିନସ୍‌ର ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ସର୍ବସାଧାରଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇଏସବିଟି ବରମୁଣ୍ଡାର ରୂପାନ୍ତରଣ କରାଯାଉଛି । ନିର୍ମାଣରେ କ୍ୱାଲିଟି ବଜାୟ ରଖିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସରାରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ବିଭାଗୀୟ ସଚିବ ସ୍ଥତି ସମୀକ୍ଷା କରିବା ସହ କାମ ଦାୟିତ୍ୱରେ ଥିବା ଟିମ୍ ସହ ଆଲୋଚନା କରିଥିଲେ । ଆଇଏସବିଟିର ନିର୍ମାଣ କାର୍ଯ୍ୟକୁ ବିଡିଏ ମୁଖ୍ୟ ଗରୁତ୍ୱ ଦେଉଥିବାବେଳେ ନିକଟରେ ରାସ୍ତା ସମ୍ପ୍ରସାରଣ ଲାଗି ଆବଶ୍ୟକ ଥିବା ଜାଗା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି । ପାର୍କିଂ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ବସ୍‌ଷ୍ଟାଣ୍ଡରେ କିପରି ଓଡ଼ିଶା ଐତିହ୍ୟର ପ୍ରତିଛବି ଦେଖିବାକୁ ମିଳିବ ସେନେଇ ବ୍ୟବସ୍ଥା କରାଯାଉଛି । ତେବେ ନିର୍ମାଣ କାର୍ଯ୍ୟର ମାନକୁ ଗୁରୁତ୍ୱ ଦେବା ସହ ଉଦିଷ୍ଟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବାକୁ ପରାମର୍ଶ ଦିଆଯାଇଛି ।

nis-ad
Leave A Reply

Your email address will not be published.