ଅନୁଷ୍ଠିତ ହେଲା ମାଛ ଚାଷ ସମ୍ପର୍କିତ ପ୍ରଶିକ୍ଷଣ ଶିବିର…

ଫିରିଙ୍ଗିଆ, : ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏହି କାର୍ଯ୍ୟକ୍ରମ ମାନଙ୍କ ମଧ୍ୟରେ ଗାଁ ପୋଖରୀରେ ମାଛ ଚାଷ ଏକ ଲାଭଦାୟକ ଓ ପ୍ରମୁଖ କାର୍ଯ୍ୟକ୍ରମ ପାଲଟିଛି I ଗାଁ ଗାଁ ରେ ଏବେ ମହିଳା ମାନେ ମାଛ ଚାଷ କରି ବେଶ ଦୁଇପଇସା ରୋଜଗାର କରି ସ୍ୱାବଲମ୍ବି ହୋଇ ପାରୁଥିବା ଦେଖିବାକୁ ମିଳିଛି I ତେବେ ଏହି ପରିପେକ୍ଷୀରେ ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ବ୍ଲକ ଭାବରେ ଜଣାଶୁଣା ଫିରିଙ୍ଗିଆ ବ୍ଲକ ପ୍ରଶାସନ, ମିଶନ ଶକ୍ତି ଓ ଜିଲ୍ଲା ମସ୍ୟ ବିଭାଗ ପକ୍ଷରୁ ମାଛ ଚାଷ ଅଭିଯାନ ଆରମ୍ଭ କରାଯାଇଛି I ଏହି ମାଛ ଚାଷ ଉପରେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ସଭାଗୃହ ଠାରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟୟ ରେ ବ୍ଲକ ର ୧୧ ଟି ସ୍ୱୟଂ ସହାୟକ ଗୋଷ୍ଠିର ୨୨ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା I ଜିଲ୍ଲା ମସ୍ୟ ଅଧିକାରୀ ଙ୍କ ତରଫରୁ ଏହି ତାଲିମ କାର୍ଯ୍ୟକ୍ରମ  ଆୟୋଜନ କରାଯାଇଥିବା ବେଳେ ଏହି ମସ୍ୟ ଅଧିକାରୀ ପ୍ରଫୁଲ୍ଲ କହଁର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ, ମହିଳା ଓ ଶିଶୁ ବିକାଶ ଅଧିକାରୀ ହରପ୍ରିୟା ମେହେର, ବ୍ଲକ ର ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାତେ ପ୍ରମୁଖ,ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ମସ୍ୟ ଅଧିକାରୀ ଆଶା ଲଷ୍ମୀ ନରେନ୍ଦ୍ର ଉପସ୍ଥିତ ରହି ମହିଳା ମାନଙ୍କୁ ମାଛ ଚାଷ ବିଷୟରେ ତାଲିମ ଦେଇଥିବା ବେଳେ ମିଶନ ଶକ୍ତି ର ବିପିସି ବାଦଲ କୁମାର ନାୟକ ଓ ଓଡିଶା ଜୀବିକା ମିଶନ ର ବ୍ଲକ ସଂଯୋଜକ ସଂଗ୍ରାମ କେଶରୀ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ I

nis-ad
Leave A Reply

Your email address will not be published.