୨୦୨୪ ବର୍ଷରେ ଜିଡ଼ିପି ୮.୨% ରହିପାରେ

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଭାରତୀୟ ଅର୍ଥନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ କ୍ୱାର୍ଟରର୍‌ରେ ଦେଶର ଜିଡିପି ୭.୮% ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଭଲ ପ୍ରଦର୍ଶନ କରିଥିବାରୁ ୨୦୨୪ରେ ଏହା ୮.୨% ରହିବ ବୋଲି ଆକଳନ କରାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜିଡିପି ଅଭିବୃଦ୍ଧି ସମ୍ପର୍କରେ ତଥ୍ୟ ସାର୍ବଜନୀନ କରାଯାଇଛି। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଜିଡିପି ୭.୮% ବୃଦ୍ଧି ପାଇଥିବା ବେଳେ ଗତବର୍ଷ ସମାନ ସମୟରେ ଏହା ୬.୧% ରହିଥିଲା। ସେହିପରି ଏହାର ପୂର୍ବ ବର୍ଷରେ ମାର୍ଚ୍ଚ କ୍ୱାର୍ଟରରେ ଜିଡିପି ୮.୪% ରହିଥିଲା।
୨୦୨୪ର ୪ର୍ଥ କ୍ୱାର୍ଟରରେ ଦେଶର ଜିଡିପି ୬.୯% ରହିବ ଓ ପୂରା ବର୍ଷରେ ଏହା ୭.୬%କୁ ଛୁଇଁବ ବୋଲି ଆରବିଆଇ ଆକଳନ କରିଥିଲା। ହେଲେ ଆରବିଆଇ ଆକଳନ ଠାରୁ ଜିଡିପି ଅଭିବୃଦ୍ଧି ଯଥେଷ୍ଟ ଅଧିକ ରହିଛି। ୨୦୨୩ ଆର୍ଥକ ବର୍ଷ ପ୍ରକୃତ ଜିଡିପି ୭% ରହିଥିଲା। କିନ୍ତୁ ୨୦୨୪ରେ ଏହା ୮.୨% ରହିବ ବୋଲି କୁହାଯାଇଛି।
ସରକାର କହିଛନ୍ତି, “୨୦୨୩-୨୪ରେ ରିୟଲ ଜିଡିପି ୮.୨% ବେଗରେ ବଢ଼ିବ। ୨୦୨୨-୨୩ରେ ଏହା ୭% ରହିଥିଲା। ୨୦୨୩-୨୪ରେ ନୋମିନାଲ ଜିଡିପି ୯.୬% ବେଗରେ ଅଭିବୃଦ୍ଧି ହୋଇଛି। ୨୦୨୨-୨୩ରେ ଏହା ୧୪.୨% ରହିଥିଲା।”
ବିଶ୍ୱରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତର ଅର୍ଥନୀତି ଦମଦାର ପ୍ରଦର୍ଶନ କରି ବିଶେଷଜ୍ଞମାନଙ୍କୁ ଚକିତ କରିଛି।

nis-ad
Leave A Reply

Your email address will not be published.