ଯୋଶୀମଠରେ ୮୬୮ ବିଲ୍ଡିଂ ଫାଟ, ରିଲିଫ୍ କ୍ୟାମ୍ଫ୍‌ରେ ୨୪୩ ପରିବାର

ଯୋଶୀମଠ: ଜମି ଧସିବା କାରଣରୁ ଉତ୍ତରାଖଣ୍ଡର ଯୋଶୀମଠରେ ବର୍ତ୍ତମାନ ସୁଦ୍ଧା ୮୬୮ ବିଲ୍ଡିଂରେ ଫାଟ ସୃଷ୍ଟି ହୋଇଛି । ଶୁକ୍ରବାର ଜିଲ୍ଲାପାଳ ହିମାଂଶୁ ଖରାନା ଏହି ସୂଚନା ଦେଇଛନ୍ତି । ଏହା ମଧ୍ୟରୁ ୧୮୧ ବିଲ୍ଡିଂ ଅସୁରକ୍ଷିତ ଅଞ୍ଚଳରେ ଥିବାବେଳେ ହୋଟେଲ୍ ମାଉ୍‌ଟ୍ ଭ୍ୟୁ ଏବଂ ମଲାରି ଇନ୍ ଭଙ୍ଗା କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି । ସେହିପରି ବିପର୍ଯ୍ୟୟ ପ୍ରଭାବିତ ୨୪୩ ପରିବାର ରିଲିଫ୍ କ୍ୟାମ୍ପ୍‌ରେ ରହିଛନ୍ତି ।

ସେମାନଙ୍କୁ ଖାଦ୍ୟ, ପାନୀୟ ଏବଂ ଔଷଧ ସୁବିଧା ଯୋଗାଇ ଦିଆଯାଉଛି । ଏହି ପରିବାରଗୁଡ଼ିକୁ ୫୧୫.୮୦ ଲକ୍ଷ ଟଙ୍କାର ରିଲିଫ୍ ପ୍ରଦାନ କରାଯାଇଛି । ଏହି ଅର୍ଥ ରିଲିଫ୍‌, ପୁନର୍ବାସ ଏବଂ ଭିତ୍ତିଭୂମି ଆବଶ୍ୟକତା ପୂରଣ କରିବା ନିମନ୍ତେ ଦିଆଯାଇଛି ବୋଲି ସେ କହିଛନ୍ତି । ଏହା ପୂର୍ବରୁ ଜାନୁଆର ୨୮ରେ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ୍ ଅଥରିଟି (ଏସ୍‌ଡିଏମ୍‌ଏ) ଫାଟ ସୃଷ୍ଟି ହୋଇଥିବା ବିଲ୍ଡିଂ ସଂଖ୍ୟା ୮୬୩ କହିଥିଲା ।

nis-ad
Leave A Reply

Your email address will not be published.